ତୁଳସୀ କ୍ଷେତ୍ର ପଣ୍ଡିତ ସଭା ପକ୍ଷରୁ ନିଶୁଳ୍କ ସାମୁହିକ ବ୍ରତୋପନୟୋନ
କେନ୍ଦ୍ରାପଡା, ୨୩ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ପଣ୍ଡିତ ସଭା ପକ୍ଷରୁ ପୈାରାଂଚଳ ଅନ୍ତର୍ଗତ ତଳବାରଙ୍ଗ ଗ୍ରାମ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ନିଶୁଳ୍କ ସାମୁହିକ ବ୍ରତୋପୟନ ଅନୁଷ୍ଠିତ ହୋଇଯାଇଛି । ଇତି ଅବସରରେ ମାଣତିର ଗ୍ରାମର ସାଇଓମକାର ଦାସ, ମହିପାଳ
----ତୁଳସୀ କ୍ଷେତ୍ର ପଣ୍ଡିତ ସଭା ପକ୍ଷରୁ ନିଶୁଳ୍କ ସାମୁହିକ ବ୍ରତୋପନୟୋନ


କେନ୍ଦ୍ରାପଡା, ୨୩ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ପଣ୍ଡିତ ସଭା ପକ୍ଷରୁ ପୈାରାଂଚଳ ଅନ୍ତର୍ଗତ ତଳବାରଙ୍ଗ ଗ୍ରାମ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ନିଶୁଳ୍କ ସାମୁହିକ ବ୍ରତୋପୟନ ଅନୁଷ୍ଠିତ ହୋଇଯାଇଛି । ଇତି ଅବସରରେ ମାଣତିର ଗ୍ରାମର ସାଇଓମକାର ଦାସ, ମହିପାଳର ଜ୍ଞାନ ରଂଜନ ମିଶ୍ର, ରଣପଡାର ପ୍ରବିର ପଣ୍ଡା ଓ ବିଲବଳରାମପୁରର ନିଳାଦ୍ରୀ କର ବ୍ରହ୍ମଚାରୀ ଭାବେ ଉପନୀତ ଗ୍ରହଣ କରିଥିଲେ । ତୂଲସୀ କ୍ଷେତ୍ର ପଣ୍ଡିତ ସଭାର ଉପଦେଷ୍ଟା ପଣ୍ଡିତ କେଶବ ଚନ୍ଦ୍ର ପତି, ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଉପ ସଭାପତି ସତ୍ୟ ନାରାୟଣ ପତି, ପଣ୍ଡିତ ହୃଷିକେଶ ରଥ, ସଂପାଦକ ମାଧବ ଚନ୍ଦ୍ର ପତି, କୋଷାଧ୍ୟକ୍ଷ କ୍ଷିରୋଦ କୁମାର ପଣ୍ଡା, ସହ ସଂପାଦକ ନୃସିଂହ ପତି, ଯୁଗ୍ମ ସହ ସଂପାଦକ ସୁବାଷ ଚନ୍ଦ୍ର ପାଣି, ମହେଶ୍ୱର ପାଣି, କୁଳମଣି ପଣ୍ଡା, ନରେନ୍ଦ୍ର ତ୍ରିପାଠୀ, ଅକ୍ଷୟ ପତ୍ରୀ, ହରେଖୃଷ୍ଣ ପତି, ତପନ କୁମାର ଦାସ, ଉପ ସଭାପତି ବ୍ରମରବର ନନ୍ଦ, ତ୍ରିଲୋଚନ ମିଶ୍ର, କ୍ଷିରୋଦ ଚନ୍ଦ୍ର ମିଶ୍ର ସମେତ ପଣ୍ଡିତ ସବାର କର୍ମକର୍ତା ଓ ସଭ୍ୟ/ସଭ୍ୟା ମାନଙ୍କ ତତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ହରିହର ଶତପଥୀ, ବିଶ୍ୱଜିତ ଶତପଥୀ, ସରୋଜକାନ୍ତ ପତି, ତୁଷାରକାନ୍ତ ଷଡଙ୍ଗୀ, ନିରଂଜନ କର, ଯାଜ୍ଞିକ ବ୍ରାହ୍ମଣ ଦେବତାମାନଙ୍କ ଦ୍ୱାରା ବ୍ରତୋପନୟୋନ ବୈଦିକ ମତେ ଅନୁଷ୍ଠିତ ହୋଇଥିଲା । ବ୍ରତୋପନୟୋନ ପରେ ବ୍ରହ୍ମାଚାରୀ ମାନେ ଶ୍ରି ସିଦ୍ଧ ବଳଦେବଜୀଉଙ୍କୁ ଦର୍ଶନ ଲାଭ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ତଳବାରଙ୍ଗ ଗ୍ରାମର ଯୁବକ ସଂଘ ଗ୍ରାମବସୀ ମାନେ ସହଯୋଗ କରିଥିଲେ । ସଂଗଠନ ସଂପାଦକ ନୃସିଂହ ଚରଣ ତ୍ରିପାଠି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସଂନ୍ଧ୍ୟାରେ ପ୍ରସାଦ ସେବନ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande