ଭିସୁଟରେ ରାଗିଂ ଅଭିଯୋଗ : ୪ ସିନିଅର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର, ୨୩ ଅପ୍ରେଲ (ହି.ସ.)- ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ । ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ସିନିଅରମାନେ ରାଗିଂ କରିଥିବାର ଅଭିଯୋଗ ହୋଇଛି । ଏଥିପାଇଁ ୪ ଜଣ ସିନିଅର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତନ୍ମଧ୍ୟରୁ ଜଣେ ଛାତ୍ରଙ୍କୁ ୧୦ ହଜାର ଟଙ୍କା ଓ ଅନ୍ୟ ୩
ଭିସୁଟରେ ରାଗିଂ ଅଭିଯୋଗ : ୪ ସିନିଅର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ


ସମ୍ବଲପୁର, ୨୩ ଅପ୍ରେଲ (ହି.ସ.)- ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ । ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ସିନିଅରମାନେ ରାଗିଂ କରିଥିବାର ଅଭିଯୋଗ ହୋଇଛି । ଏଥିପାଇଁ ୪ ଜଣ ସିନିଅର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତନ୍ମଧ୍ୟରୁ ଜଣେ ଛାତ୍ରଙ୍କୁ ୧୦ ହଜାର ଟଙ୍କା ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜାର ଲେଖାଏଁ ଜୋରିମାନା କରାଯାଇଛି । ଆଂଟି ରାଗିଂ ସେଲ ଓ ଫେକ୍ଟ ଫାଇଣ୍ଡିଙ୍ଗ ଟିମର ତଦନ୍ତ ପରେ ଏହି ନିଷ୍ପତି ନିଆଯାଇଛି । ଅନ୍ୟପକ୍ଷରେ ଘଟଣା କ୍ୟାମ୍ପସ୍ ବାହାରେ ଏବଂ ଗେଟ୍ ସାମ୍ନା ରାସ୍ତା ଉପରେ ଘଟିଥିବା ସ୍ପଷ୍ଟ କରିଛନ୍ତି କଲେଜ କର୍ତୃପକ୍ଷ ।

ଅଭିଯୋଗ ମୁତାବକ, ୪ ଜଣ ସିନିଅର ଛାତ୍ର ଜଣେ ଜୁନିଅର ଛାତ୍ରଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଜଣେ କନିଷ୍ଠ ଛାତ୍ର ଏହାର ଭିଡିଓ ଉତୋଳନ କରୁଥିଲେ । ଏହାକୁ ନେଇ ସିନିୟରମାନେ ସେହି ଜୁନିଅର ପିଲାକୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ତେଣୁ ଏହି ଆକ୍ସନ ନିଆଯାଇଥିବାର ସୂଚନା ଦେଇଛନ୍ତି ଭିସୁଟ କୁଳପତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande