ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ୨୯ତମ ବୋର୍ଡ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ଓଡିଶାର ବିଭିନ୍ନ ଅଂଚଳରେ ବିଦ୍ୟୁତ୍ ଯୋଗାଣ କରୁଥିବା ବିଦ୍ୟୁତ ଶକ୍ତି ବିତରଣ କମ୍ପାନୀ (ଡିସ୍କମ୍) ମାନଙ୍କର ୨୯ ତମ ବୋର୍ଡ ବୈଠକ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ପୃଥକ୍ ପୃଥକ୍ ଭାବେ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୨୨ ତାରିଖରେ ଲ
ukit


ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ଓଡିଶାର ବିଭିନ୍ନ ଅଂଚଳରେ ବିଦ୍ୟୁତ୍ ଯୋଗାଣ କରୁଥିବା ବିଦ୍ୟୁତ ଶକ୍ତି ବିତରଣ କମ୍ପାନୀ (ଡିସ୍କମ୍) ମାନଙ୍କର ୨୯ ତମ ବୋର୍ଡ ବୈଠକ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ପୃଥକ୍ ପୃଥକ୍ ଭାବେ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୨୨ ତାରିଖରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକଗୁଡ଼ିକରେ ବିଭିନ୍ନ ଡିସ୍କମ୍ ମାନଙ୍କ କାର୍ଯ୍ୟଦକ୍ଷତା,ପରିଚାଳନା ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଟାଟା ପାୱାର ନର୍ଦଣ୍ଡ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ), ଟିପି ସଦର୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟିପିଏସଓଡିଏଲ), ଟିପି ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟିପିସିଓଡିଏଲ) ଏବଂ ଟିପି ୱେଷ୍ଟର୍ସ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟିପିଡବ୍ଲୁଓଡିଏଲ) ମାନଙ୍କର ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ବୈଠକରେ ବୋର୍ଡର ସଦସ୍ୟ ସଦସ୍ୟାମାନେ ଯୋଗଦେଇଥିଲେ । ସାରା ରାଜ୍ୟରେ ଦକ୍ଷ ଏବଂ ଅବିରତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା, ବିଦ୍ୟୁତ୍ ସଂଚରଣରେ କ୍ଷୟକ୍ଷତି କମାଇବା, ଗ୍ରାହକମାନଙ୍କୁ ସେବା ପ୍ରଦାନ ଏବଂ ଭିତିଭୂମି ଉନ୍ନୟନ ପରି ପ୍ରମୁଖ ବିଷୟଗୁଡିକ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।

ବୈଠକରେ ରାଜ୍ୟରେ ପିଏମ୍ ସୂର୍ଯ୍ୟ ଘର : ମୁକ୍ତ ବିଜୁଳି ଯୋଜନା (ପିଏମ୍-ଏସଜି-ଏମବିୱାଇ) କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା । ଓଡିଶାରେ ଏହି ଯୋଜନା ନଭେମ୍ବର ୨୦୨୫ ରେ ଆରମ୍ଭ ହୋଇଥିବାବେଳେ, ୧ କିଲୋୱାଟ୍ ସଂଯୁକ୍ତ ଲୋଡ୍ ଥିବା ଘରୋଇ ଉପଭୋକ୍ତା କେବଳ ୧୧,୮୭୫ ଅନୁଦାନ ଅଂଶରେ ଅଧିକ ସବସିଡି ଥିବା ଏହି ସ୍କିମରେ ରୁଫଟପ୍ ସୋଲାର ବ୍ୟବସ୍ଥା ସ୍ଥାପନ କରିବାକୁ ସମର୍ଥ ହେଉଛନ୍ତି । ଏହି ସୋଲାର ଶକ୍ତି ଯୋଜନାରେ ବିଦ୍ୟୁତ୍ ବିତରଣ କମ୍ପାନୀ ଅନେକ ଘରୋଇ କିମ୍ବା ଛୋଟ ଉପଭୋକ୍ତାଙ୍କୁ ଏକସାଥ୍?ରେ ଯୋଡ଼ି ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରନ୍ତି, ଯଦ୍ୱାରା ଉପଭୋକ୍ତା ସହଜରେ, ତ୍ୱରିତ ବ୍ୟବସ୍ଥା ସହ କମ୍ ଖର୍ଚ୍ଚରେ ସୋଲାର ବିଦ୍ୟୁତ୍ ରୁ ଲାଭ ଉଠାଇବାର ସୁବିଧା ନେଇପାରିବେ ପିଏମ୍-ଏସଜି-ଏମବିୱାଇ ଅଧୀନରେ ଅଦ୍ୟାବଧୂ ରାଜ୍ୟରେ ୫୫,୮୮୮, ୟୁଏଲଏ ଯୋଜନା ଅଧୀନରେ ଅତିରିକ୍ତ ୨୯,୦୦୦ ଏହିପରି ସମୁଦାୟ ୮୪,୮୮୮ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପିତ ହୋଇସାରିଛି ।

ଓଡିଶାରେ ରୁଫଟପ୍ ସୋଲାର ଅଧୀନରେ ୩ ଲକ୍ଷ ପରିବାରକୁ ଆଣିବା ପାଇଁ ଏକ ଆକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି। ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ରୁଫ୍ ଟପ ସୋଲାର ସିଷ୍ଟମ ସ୍ଥାପନର ଅଗ୍ରଗତିରେ ନିରନ୍ତରତା ରହିଥିତବା ବେଳେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆଗାମୀ ପର୍ଯ୍ୟାୟରେ ପ୍ରତିମାସରେ ୨୫,୦୦୦ ରୁଫ୍ ଟପ ସୋଲାର ସିଷ୍ଟମ ସ୍ଥାପନ କରିବା ପାଇଁ କର୍ତୃପକ୍ଷ ଏବେ ପଦକ୍ଷେପ ନେଉଛନ୍ତି ।

ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କର ଦୃଢ ପରିଚାଳନାତ୍ମକ କାର୍ଯ୍ୟଦକ୍ଷତାର ଫଳସ୍ୱରୂପ ସାମଗ୍ରିକ ବୈଷୟିକ ଏବଂ ବ୍ୟବସାୟିକ କ୍ଷୟକ୍ଷତି ୨୦୧୯-୨୦ ଆର୍ôଥକ ବର୍ଷର ୨୯.୫% ରୁ ୨୦୨୫-୨୬ ଆର୍ôଥକ ବର୍ଷରେ ୧୪.୬% କୁ ଗୁରୁତ୍ୱପୂର୍ଣ୍ଣଭାବେ ହ୍ରାସ ପାଇଛି । ଟିପିଏନଓଡିଏଲ ଅଣ-ସହରାଂଚଳ ବିତରଣ ୟୁଟିଲିଟି ରାଙ୍କିରେ ୨ୟ ସ୍ଥାନ ଓ ଟିପିସିଓଡିଏଲ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି । ଗତ ପାଞ୍ଚ ବର୍ଷ ଧରି ସାଧାରଣ ଲୋକମାନଙ୍କ ବିଦ୍ୟୁତ ସେବା ଶୁଳ୍କରେ କୌଣସି ବୃଦ୍ଧି ହୋଇନାହିଁ ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ଡିସକମ୍ ମାନଙ୍କର କାର୍ଯ୍ୟଦକ୍ଷତା ସମୀକ୍ଷା କରି ବିଦ୍ୟୁତ୍ ଯୋଗାଣ ସମ୍ବନ୍ଧୀୟ ସାଧାରଣ ଲୋକଙ୍କ ଅଭିଯୋଗର ତ୍ୱରିତ ଏବଂ ପ୍ରଭାବୀ ସମାଧାନ ପାଇଁ ଗୁରୁତ୍ୱାରୋପ କରିଥିଲେ । ସେ ବିଦ୍ୟୁତ୍ ବିତରଣ ସେବାରେ ଗୁଣାତ୍ମକ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ସେ ଆହୁରି ମଧ୍ୟ ପିଏମ୍ ସୂର୍ଯ୍ୟ ଘର ଯୋଜନା ପରି ପଦକ୍ଷେପମାନଙ୍କ ମାଧ୍ୟମରେ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଉପଲବ୍ଧତାକୁ ପ୍ରୋତ୍ସାହନ ଦେବା ଉପରେ ଆଲୋକପାତ କରିଥିଲେ । ତତ୍ ସହିତ କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି ( ସିଏସଆର) କାର୍ଯ୍ୟକଳାପକୁ ବୃଦ୍ଧି କରିବା ନେଇ ଡିସକମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande