
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବିରିଜିପୁର ପଂଚାୟତର ଗୋରାପୁରର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ତଥ୍ୟ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ନେତୃବୃନ୍ଦଙ୍କୁ ନେଇ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ବରିଷ୍ଟ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର ଅଧ୍ୟକ୍ଷ ରହିଥିବା ବେଳେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ ମିଶ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଓ ପ୍ରଣତୀ ମିଶ୍ର, ପିସିସି ମୁଖପାତ୍ର ସୋନାଲି ସାହୁ, ଲଲାଟେନ୍ଦୁ ଦାସ, ନିଶିକାନ୍ତ ମିଶ୍ର, ଡ. ମନିଷାଦାସ ପଟ୍ଟନାୟକ ଓ ଜୟଶ୍ରୀ ପାତ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ବିଶ୍ୱକଲ୍ୟାଣୀ କର ଓ ପିସିସି ସମ୍ପାଦିକା ଶିଳ୍ପିଶ୍ରୀ ହରିଚନ୍ଦନ ପ୍ରମୁଖ ଉକ୍ତ କମିଟିରେ ସଭ୍ୟ ଭାବରେ ରହିଛନ୍ତି ।
ଉକ୍ତ କମିଟି ଖୁବଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରଙ୍କ ସହ ଏବଂ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ଏକ ରିପୋର୍ଟ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା