
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-ଆଜି
ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ।ଏହି ଅବସରରେ ସମସ୍ତ ଭୋଟରଙ୍କୁ ବିପୁଳ ପରିମାଣରେ
ମତଦାନ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ସମସ୍ତ
ମତଦାତାମାନଙ୍କୁ ଏବଂ ବିଶେଷକରି ଯୁବ ସହଭାଗୀମାନଙ୍କୁ ମୋର ଅନୁରୋଧ ଯେ, ଗଣତନ୍ତ୍ରର
ଏହି ମହାପର୍ବରେ ଉତ୍ସାହପୂର୍ଣ୍ଣ ଭାବରେ ଭାଗ ନିଅନ୍ତୁ ଏବଂ ନିର୍ଭୀକ ଭାବରେ ନିଜର ମତାଧିକାରର ପ୍ରୟୋଗ
କରନ୍ତୁ।
ଆପଣଙ୍କ ପ୍ରତ୍ୟେକ ମତ ପରିବର୍ତ୍ତନର
ଶକ୍ତି, ଯାହା ଭୟ
ଓ ଅବ୍ୟବସ୍ଥାରୁ ମୁକ୍ତ ଏବଂ ବିକାଶ ଓ ବିଶ୍ୱାସରେ ଭରିଥିବା ‘ସୋନାର ବାଙ୍ଗ୍ଲା’ ଗଠନର ଆଧାରଶିଳା
ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା