ବାରଣ ଥିବା ସମୟରେ  ବେସରକାରୀ ସଂସ୍ଥା ଶ୍ରମିକଙ୍କୁ କାମ କରାଇଲେ କାର୍ଯ୍ୟାନୁଷ୍ଠାନ- ଗଣେଶରାମ ସିଂ ଖୁଣ୍ଟିଆ
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)- ବାରଣ ଥିବା ସମୟରେ ବେସରକାରୀ ସଂସ୍ଥା ଶ୍ରମିକଙ୍କୁ କାମ କରାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି । ଦିନ 11ଟାରୁ 3ଟା ଯାଏଁ ଶ୍ରମିକ ମାନଙ୍କ ପାଇଁ
ବାରଣ ଥିବା ସମୟରେ  ବେସରକାରୀ ସଂସ୍ଥା ଶ୍ରମିକଙ୍କୁ କାମ କରାଇଲେ କାର୍ଯ୍ୟାନୁଷ୍ଠାନ-     ଗଣେଶରାମ ସିଂ ଖୁଣ୍ଟିଆ


ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-

ବାରଣ ଥିବା ସମୟରେ ବେସରକାରୀ ସଂସ୍ଥା ଶ୍ରମିକଙ୍କୁ

କାମ କରାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ

ଖୁଣ୍ଟିଆ କହିଛନ୍ତି । ଦିନ 11ଟାରୁ

3ଟା ଯାଏଁ ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ବାରଣ ରହିଛି ।ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟସ୍ଥଳି

।ସବୁଠାରେ କଟକଣା ସମାନ ।

ସେହିପରି ଝାରସୁଗୁଡା ଉତ୍ତପ୍ତ

ସହର ଚିନ୍ତା ପ୍ରକଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।ଝାରସୁଗୁଡ଼ାରେ ଶିଳ୍ପ ଓ ପୋଡୁ ଚାଷ ପାଇଁ ତାପମାତ୍ରା

ବଢ଼ିବାରେ ଲାଗୁଛି।ଝାରସୁଗୁଡାରେ 15 ପ୍ରତିଶତ ଜଙ୍ଗଲ ଏହି ଜିଲ୍ଲାରେ ରହିଛି ।ତାକୁ ଅଭିବୃଦ୍ଧି କରିବା

ପାଇଁ ମୁଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି ।ଚାଷୀ ମାନେ ପାରମ୍ପରିକ ଭାବେ ଅମଳ ପରେ ବିଲରେ ନିଆଁ ଲଗାଉଛନ୍ତି।ସେଥିରୁ ସେମାନଙ୍କୁ ଦୂରେଇ

ରଖିବା ପାଇଁ ଚାଷୀ ମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande