ବବିଙ୍କୁ ଆଇନମନ୍ତ୍ରୀଙ୍କ ନିଶାନା, କହିଲେ-'ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଚେଷ୍ଟା କରନି
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)- ରତ୍ନଭଣ୍ଡାରକୁ ନେଇ ବବିଙ୍କ ପୋଷ୍ଟ୍ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ।କହିଛନ୍ତି- ''ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଚେଷ୍ଟା କରନି, ଗୋଟିଏ ଦିନରେ ଦୁଃସାହସ ଛଡ଼ାଇ ଦେବୁ।''ଆମେ ଯଦି ପ୍ରଶ୍ନ ପଚାରିବୁ, ବିଜେଡି ନେତାଙ୍କୁ ପକ୍ଷଘାତ ହୋଇ
ବବିଙ୍କୁ ଆଇନମନ୍ତ୍ରୀଙ୍କ ନିଶାନା,     କହିଲେ-'ଦ୍ବନ୍ଦ୍ବ     ସୃଷ୍ଟି କରିବାକୁ ଚେଷ୍ଟା କରନି


ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-

ରତ୍ନଭଣ୍ଡାରକୁ ନେଇ ବବିଙ୍କ ପୋଷ୍ଟ୍ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ।କହିଛନ୍ତି- 'ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଚେଷ୍ଟା କରନି, ଗୋଟିଏ ଦିନରେ ଦୁଃସାହସ ଛଡ଼ାଇ ଦେବୁ।'ଆମେ ଯଦି ପ୍ରଶ୍ନ ପଚାରିବୁ, ବିଜେଡି ନେତାଙ୍କୁ ପକ୍ଷଘାତ ହୋଇଯିବ।

ଆଇନ ମନ୍ତ୍ରୀ କହିଛନ୍ତି ଯେ,

ଚାବି ହଜିବା କଥା ସତ୍ୟ, ଡୁପ୍ଲିକେଟ ଚାବିର ତାଲା ସହ କିଛି ସାମଞ୍ଜସ୍ୟ ନଥିଲା। ଚାବି ନଥିବା ଯୋଗୁଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା କାଟିବାକୁ ପଡ଼ିଲା। ଯଦି ଚାବି ଥିଲା ବିଜେଡି ସରକାର ରତ୍ନଭଣ୍ଡାର ଖୋଲିଲା ନାହିଁ କାହିଁକି।

ଏଠାରେ ସୂଚନାଯୋଗ୍ୟ, ରତ୍ନଭଣ୍ଡାରକୁ

ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଇଥିବା ଲେଖିଥିଲେ ବବି। ରତ୍ନଭଣ୍ଡାରକୁ

ନେଇ ବିଜେପି ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିଥିଲା ବୋଲି ସେ ଲେଖିଥିଲେ। ଯାହାକୁ ନିନ୍ଦା କରି କଡା ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande