
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-
ଆଜି ନିଯୁକ୍ତି ମେଳା। ରାଜ୍ୟ ସରକାରଙ୍କ
୭ଟି ପ୍ରମୁଖ ବିଭାଗରେ ୪,୬୨୩ ଜଣ ନୂତନ ପ୍ରାର୍ଥୀଙ୍କୁ ପ୍ରଦାନ କରାଯିବ ନିଯୁକ୍ତି ପତ୍ର ।
ନିଯୁକ୍ତି ପତ୍ର ବଂଟନ ପୂର୍ବରୁ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ ବିକଶିତ ରାଷ୍ଟ୍ର ତଥା ବିକଶିତ ରାଜ୍ୟ ଗଠନର ସ୍ୱପ୍ନ ସେତେବେଳେ
ସାକାର ହେବ, ଯେତେବେଳେ ଆମର ଯୁବଶକ୍ତି ସଶକ୍ତ ହେବେ।ଯୁବବର୍ଗଙ୍କୁ ଉପଯୁକ୍ତ ସୁଯୋଗ ଦେବା ପାଇଁ ଆମ
ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ଆଜି ଆମେ ବାସ୍ତବ ରୂପ ଦେଉଛୁ।ନିଯୁକ୍ତି ମେଳା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଯୁବକଯୁବତୀଙ୍କ
ସ୍ୱପ୍ନକୁ ସାକାର କରାଇବା ପାଇଁ ଏକ ବଳିଷ୍ଠ ମାଧ୍ୟମ।
ଏହି କ୍ରମରେ ଆଜି ନିଯୁକ୍ତି ମେଳା
ମାଧ୍ୟମରେ ରାଜ୍ୟ ସରକାରଙ୍କ ୭ଟି ପ୍ରମୁଖ ବିଭାଗରେ ୪,୬୨୩ ଜଣ ନୂତନ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।
ଆମ ସରକାର କେବଳ ନିଯୁକ୍ତି ଦେଉନାହିଁ, ବରଂ ଏକ ଆତ୍ମନିର୍ଭରଶୀଳ
ଓ ସମୃଦ୍ଧ ଓଡ଼ିଶା ପାଇଁ ଦକ୍ଷ ଯୁବ ସାରଥିଙ୍କୁ ପ୍ରସ୍ତୁତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା