
ନୂଆଦିଲ୍ଲୀ, ୨୩
ଏପ୍ରିଲ (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ
କାର୍ଯ୍ୟକ୍ରମରେ ଲାଓ ପିଡିଆର, କାଙ୍ଗୋ, ନାମିବିଆ ଏବଂ ଗିନି-ବିସାଉର ରାଷ୍ଟ୍ରଦୂତମାନଙ୍କ ପରିଚୟ ପତ୍ର ଗ୍ରହଣ
କରିଛନ୍ତି।
ରାଷ୍ଟ୍ରପତି ସଚିବାଳୟ
ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରିଚୟ
ପତ୍ର ପ୍ରଦାନ କରିଥିବାମାନଙ୍କ ମଧ୍ୟରେ ଲାଓ ପିପୁଲ୍ସ ଡେମୋକ୍ରେଟିକ ରିପବ୍ଲିକର ରାଜଦୂତ ୱିଥୟା
ଜାୟାଭୋଙ୍ଗ, କାଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟର ରାଜଦୂତ ଏମିଲି ଆୟାଜା
ମୁଶୋବେକ୍ୱା, ନାମିବିଆ ଗଣରାଜ୍ୟର ଉଚ୍ଚାୟୁକ୍ତ ଉଇଙ୍ଗ କମାଣ୍ଡର ଏଲେକ୍ସ ଲୁନ୍ୟାଜୋ
ଟୁକୁହୁପୱେଲେ (ସେବାନିବୃତ୍ତ) ଏବଂ ଗିନି-ବିସାଉ ଗଣରାଜ୍ୟର ରାଜଦୂତ ଆଣ୍ଟୋନିଓ ସେରିଫୋ ଏମ୍ବାଲୋ
ସାମିଲ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା