
ରଥଖଳା ହାଲଚାଲ -୩ ୟ ଦିନ
ତୁମ୍ବ କଟା ଓ ଗୋଳେଇ ଚାଲିଛି
ପୁରୀ,, 23 ଏପ୍ରିଲ୍ (ହି.ସ.)ଗୁରୁବାର ରଥ ନିର୍ମାଣର ତୃତୀୟ ଦିନରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ୮ ଟା ପୂର୍ବରୁ ଉପସ୍ଥିତ ହୋଇ ରଥ ନିର୍ମାଣ କର୍ଯ୍ୟ ଆରମ୍ଭ କରିଥିଲେ |ଗୁରୁବାର
ସୁଦ୍ଧା ତିନରଥ ପାଇଁ ଆବଶ୍ୟକ ୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ ଗୋଟି ତୁମ୍ବ ମାପ ପ୍ରକାରେ ଗଡ କରି କରତୀ ସେବକ ମାନେ ତିନି ରଥ ଚାଳିକୁ ୭ ଟି ଲେଖାଏଁ ଯୋଗାଇ ଦେଇଛନ୍ତି ।ଉକ୍ତ ତୁମ୍ବ ଗଡ ଗୁଡିକରୁ ତିନି ରଥ ମହାରଣା ସେବକ ମାନେ ଆଜିସୁଦ୍ଧା ୧୦ ଗୋଟି ତୁମ୍ବ ଗଡକୁ ବାରିଶୀ ରେ ହାଣି ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି।
ଆଜିସୁଦ୍ଧା ତାଳଧ୍ଵଜ ରଥ ଚାଳିକୁ ଯୋଗାଇଦିଆଯାଇଥିବା ମୋଟ ୭ ଗୋଟି ତୁମ୍ବ ଗଡରୁ ନିର୍ମାଣକାରୀ ସେବକ ମାନେ ୪ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ କରି ଆଉ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି |ସେହିପରି ଆଜିସୁଦ୍ଧା ଦେବୀ ରଥର ଚାଳିକୁ ଯୋଗାଇ ଦିଆଯାଇଥିବା ୭ ଗୋଟି ଗଡ ତୁମ୍ବ ମଧ୍ୟରୁ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଦେବୀ ରଥ ମହାରଣା ସେବକ ମାନେ ଶେଷ କରି ଅନ୍ୟ ୪ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି । ନନ୍ଦିଘୋଷ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ୭ ଗୋଟି ତୁମ୍ବ ଗଡ ମଧ୍ୟରୁ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହେବାସହ , ଆଉ ୪ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ ରେ ଅସ୍ଥାୟୀ କମାର ଶାଳରେ ରଥ ନିର୍ମାଣ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତ ନିମନ୍ତେ ଅସ୍ଥାୟୀ କମାର ଶାଳ ପ୍ରସ୍ତୁତି ସହ ଶାଳ ପୂଜା ଗତକାଲି ଶେଷ ହେବାପରେ ଶୁଭ ଦେଇ ଅନୁକୂଳ ଅରକଣ୍ଟା ନିର୍ମାଣ ଆରମ୍ଭ କରିଥିଲେ. | ଆଜି ତିନିରଥର ଅରକଣ୍ଟା ନିର୍ମାଣ ପାଇଁ ୧୦ ଏମ୍.ଏମ୍ ସାଇଜର ଲୁହାରଡ କଟିଙ୍ଗ କାର୍ଯ୍ୟ ତିନି ରଥର ଓଝା ସେବକ ମାନେ ଜାରି ରଖିବା ସହ ଅରକଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି।ତିନିରଥ ମହାରଣା ସେବକ - ୨୫,ତିନିରଥ କରତୀ ସେବକ - ୪,ତିନିରଥ କମାର ସେବକ - ୬,ତିନିରଥ ଭୋଇ ସେବକ - ୧୪,ରଥଖଳା ସହାୟକ(ପାଣିବାଲା)୧ଜଣ ଏପରି ମୋଟ - ୫୦ ଜଣ ରଥଖଳା ରେ କାର୍ଯ୍ୟରତ ଥିଲେ |
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ