
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-
ଆଜି ସ୍କୁଲ୍ଛୁଟି ନେଇ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା
ଦେଇଛନ୍ତି ।ଏସ୍ଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ।
ରାଜ୍ୟରେ ଛୁଟି ଘୋଷଣା ନେଇ ଆଜି
ବସିବ ବୈଠକ।ବୈଠକ ଏସଆରସିଙ୍କ ଆଲୋଚନା କରିବେ ଗଣଶିକ୍ଷା ମନ୍ତ୍ରୀ।ବୈଠକ ପରେ ଛୁଟି ନେଇ ହୋଇପାରେ
ନିଷ୍ପତ୍ତି।
ମନ୍ତ୍ରୀ କହିଛନ୍ତି ଯେ, ତାପମାତ୍ରା
ବଢୁଥିବା ବେଳେ ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ୍ଛୁଟି ହେଲାଣି ।ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା
ହୋଇଛି । ତେବେ ଏସ୍ଆରସିଙ୍କ
ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ସାରା ରାଜ୍ୟରେ
ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା