
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ଆଗୁଆ ହେବ ଖରା ଛୁଟି। ଦିନ ଦୁଇ ଦିନ ମଧ୍ୟରେ ସ୍କୁଲରେ ଆଗୁଆ ଖରାଛୁଟି ନେଇ ଚୂଡାନ୍ତ ନିଷ୍ପତି ନିଆଯିବ। ରାଜସ୍ୱ ବିଭାଗ ଏବଂ ଗଣ ଶିକ୍ଷା ବିଭାଗ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ପଠାଯାଇଛି। ଏସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଆଜି ଗଣ ଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଏସଆରସିଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଆଗୁଆ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିକଟକୁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ନିଷ୍ପତି ନେଇପାରନ୍ତି। ତେବେ ଅଙ୍ଗନବାଡି ବନ୍ଦ ହେଲେ ପିଲାଙ୍କ ପାଖରେ ଖାଦ୍ୟ ପହଂଚାଇବାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା