
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-
'ଓଡ଼ିଶା ପରିବହନ-ଟ୍ରାଫିକ ଏବଂ ଏନଫୋର୍ସମେଣ୍ଟ ନିୟମାବଳୀ, ୨୦୨୬' ପ୍ରଣୟନ ପାଇଁ କ୍ୟାବିନେଟ ଅନୁମୋଦନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପରିବହନ ମନ୍ତ୍ରୀ
ବିଭୂତି ଭୂଷଣ ଜେନା କହିଛନ୍ତି ।
ସେ କହିଛନ୍ତି ଯେ, ପ୍ରଶାସନିକ
ଦିଗରେ ଏକ ଗୁରୁତତ୍ପୂର୍ଣ୍ଣ ପଦକ୍ଷେପ।ରାଜ୍ୟ ପରିବହନ ବିଭାଗର ପ୍ରବର୍ତ୍ତନ ଶାଖାକୁ ଅଧିକ ସୁଦୃଢ଼ ଓ କାର୍ଯ୍ୟକ୍ଷମ
କରିବା ପାଇଁ ପୂର୍ବ ପ୍ରଚଳିତ ଓଟିଟିଇଏସକ୍ୟାଡର ନିୟମାବଳୀ, ୨୦୧୩ ଏବଂ ଏହାର ପରବର୍ତ୍ତୀ ସଂଶୋଧନଗୁଡ଼ିକୁ ଅତିକ୍ରମଣ କରି ଏକ ନୂତନ
'ଓଡ଼ିଶା ପରିବହନ-ଟ୍ରାଫିକ ଏବଂ ଏନଫୋର୍ସମେଣ୍ଟ (ନିଯୁକ୍ତି ପଦ୍ଧତି ଏବଂ
ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬' ପ୍ରଣୟନ ପାଇଁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।
ସେ କହିଛନ୍ତି ଯେ, ଏହି ସମନ୍ୱିତ
ସଂଶୋଧନ ଦ୍ୱାରା ରାଜ୍ୟରେ ସଡ଼କ ସୁରକ୍ଷା ଓ ପ୍ରବର୍ତ୍ତନ ବ୍ୟବସ୍ଥା ଅଧିକ ତ୍ୱରାନ୍ୱିତ ହେବା ସହ
ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟା ସରଳୀକୃତ ହୋଇ ସମଗ୍ର ପ୍ରଶାସନିକ କାର୍ଯ୍ୟଧାରା ଅଧିକ ସୁସଂଗଠିତ
ହୋଇପାରିବ।
ଏଭଳି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି
ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ
ଜଣାଇଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା