ରାଷ୍ଟ୍ରୀୟ ପଞ୍ଚାୟତି ରାଜ ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 24 ଏପ୍ରିଲ୍ (ହି.ସ.)- ରାଷ୍ଟ୍ରୀୟ ପଞ୍ଚାୟତି ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ଆତ୍ମା ତାହାର ଗ୍ରାମଗୁଡିକରେ ରହିଛି ଏବଂ ଏହି ଗ୍ରାମର ସମଗ୍ର ଉନ୍ନତିର ଆଧାର ହେଉଛି ଆମ ପଞ୍ଚାୟତ ବୋଲି କେନ୍ଦ୍ରମନ୍ତ୍ର
ପଂଚାୟତ


ଭୁବନେଶ୍ୱର, 24 ଏପ୍ରିଲ୍ (ହି.ସ.)- ରାଷ୍ଟ୍ରୀୟ

ପଞ୍ଚାୟତି ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର

ଆତ୍ମା ତାହାର ଗ୍ରାମଗୁଡିକରେ ରହିଛି ଏବଂ ଏହି ଗ୍ରାମର ସମଗ୍ର ଉନ୍ନତିର ଆଧାର ହେଉଛି ଆମ

ପଞ୍ଚାୟତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଜାତୀୟ ପଞ୍ଚାୟତୀ ରାଜ ଦିବସ’ ଅବସରରେ ସମସ୍ତ

ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ଭାରତର ଆତ୍ମା ତାହାର ଗ୍ରାମ

ମଧ୍ୟରେ ରହିଛି ଏବଂ ଏହି ଗ୍ରାମଗୁଡିକର ସମଗ୍ର ଉନ୍ନତିର ଆଧାର ହେଉଛି ଆମ ପଞ୍ଚାୟତ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଗତ କିଛି ବର୍ଷରେ ପଞ୍ଚାୟତି ରାଜ

ବ୍ୟବସ୍ଥାକୁ ନୂଆ ଶକ୍ତି ଓ ଦିଗ ମିଳିଛି। ନାରୀ ସଶକ୍ତିକରଣ, ଡିଜିଟାଲ ଓ ସ୍ୱାସ୍ଥ୍ୟ ସୁବିଧାର ବିସ୍ତାର, ସ୍ୱଚ୍ଛତା

ଅଭିଯାନ, ଜଳ ସଂରକ୍ଷଣ ଓ ମୂଳଭୂତ ପ୍ରାଥମିକ ସଂରଚନାର ବିକାଶ

ମାଧ୍ୟମରେ ଗାଁରୁ ଗାଁ ପର୍ଯ୍ୟନ୍ତ ପରିବର୍ତ୍ତନର ଧାରା ପହଞ୍ଚିଛି।

ଆଜି ଏହି ଅବସରରେ

ପଞ୍ଚାୟତମାନଙ୍କ ମାଧ୍ୟମରେ ରାଷ୍ଟ୍ର ଗଠନରେ ନିୟୋଜିତ ସମସ୍ତ ଜନପ୍ରତିନିଧି, କର୍ମଯୋଗୀ ଓ ଗ୍ରାମବାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

କେନ୍ଦ୍ରମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande