ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି
ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଛି ବିଜେଡି.। ସୋମବାର ଦିନ ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ପରେ ବିଜେଡି ବିଧାୟକମାନେ ବାଚସ୍ପତିଙ୍କୁ ଭେଟି ଦାବି ଜଣାଇଥିଲେ। ସୂଚନାଯୋଗ୍ୟ ଯେ ବିଜେଡିର ୬ ଜଣ ବିଧାୟକ ଦେବୀ ରଂଜନ ତ୍ରିପାଠୀ , ସୌଭିକ
ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି


ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଛି ବିଜେଡି.। ସୋମବାର ଦିନ ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ପରେ ବିଜେଡି ବିଧାୟକମାନେ ବାଚସ୍ପତିଙ୍କୁ ଭେଟି ଦାବି ଜଣାଇଥିଲେ। ସୂଚନାଯୋଗ୍ୟ ଯେ ବିଜେଡିର ୬ ଜଣ ବିଧାୟକ ଦେବୀ ରଂଜନ ତ୍ରିପାଠୀ , ସୌଭିକ ବିଶ୍ୱାଳ , ନବ ମଲ୍ଲିକ , ରମାକାନ୍ତ ଭୋଇ , ସୁବାସିନୀ ଜେନା ଓ ଚକ୍ରମଣି କଁହର ରାଜଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ନିଲମ୍ବିତ ହୋଇଥିଲେ। ଏହା ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande