ଦ୍ୱିତୀୟ କୁଳଗୌରବ ସମ୍ମାନ ପ୍ରଦାନ ଉତ୍ସବ ଆଜି
ଭୁବନେଶ୍ୱର, 27 ଏପ୍ରିଲ (ହି.ସ.) ଓଡ଼ିଶାର ଅଗ୍ରଣୀ ପ୍ରଗତୀଶୀଳ ଅନୁଷ୍ଠାନ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ‘ଦ୍ୱିତୀୟ କୁଳଗୌରବ ସମ୍ମାନ-୨୦୨୬’ ପ୍ରଦାନ କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ସଭାଗୃହଠାରେ ମଙ୍ଗଳବାର ଦିନ ପ୍ରଦାନ କରାଯିବ । ଏହି ମର୍ଯ୍ୟାଦାଜନକ ସମ୍ମାନ ଆଧୁନିକ ଓ
ଦ୍ୱିତୀୟ କୁଳଗୌରବ ସମ୍ମାନ ପ୍ରଦାନ ଉତ୍ସବ ଆଜି


ଭୁବନେଶ୍ୱର, 27 ଏପ୍ରିଲ (ହି.ସ.) ଓଡ଼ିଶାର ଅଗ୍ରଣୀ ପ୍ରଗତୀଶୀଳ ଅନୁଷ୍ଠାନ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ‘ଦ୍ୱିତୀୟ କୁଳଗୌରବ ସମ୍ମାନ-୨୦୨୬’ ପ୍ରଦାନ କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ସଭାଗୃହଠାରେ ମଙ୍ଗଳବାର ଦିନ ପ୍ରଦାନ କରାଯିବ । ଏହି ମର୍ଯ୍ୟାଦାଜନକ ସମ୍ମାନ ଆଧୁନିକ ଓଡ଼ିଶାର ଉଦ୍ୟୋଗପତି, ନବ ଉତ୍କଳର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ଆଦର୍ଶକୁ ପାଥେୟ କରି ଯେଉଁ ଉଦ୍ୟୋଗପତିମାନେ ଓଡ଼ିଶାର ପ୍ରଗତିରେ ନିଜକୁ ସାମିଲ କରିପାରିଛନ୍ତି ସେମାନଙ୍କ ମଧ୍ୟରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସଫଳ ଉଦ୍ୟୋଗପତିଙ୍କୁ କୁଳଗୌରବ ସମ୍ମାନରେ ଭୂଷିତ କରାଯିବ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ଼, ମାନ୍ୟବର ମନ୍ତ୍ରୀ, ଶିଳ୍ପ ଓ ଦକ୍ଷତା ବିକାଶ ଓ ଯାନ୍ତ୍ରିକ ବିଭାଗ, ଓଡ଼ିଶା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଶ୍ରୀ ବିମଳ ପ୍ରସାଦ ଦାସ, କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ, ବିଶିଷ୍ଟ ଉଦ୍ୟୋଗପତି ଶ୍ରୀ ଅଜୟ ଅଗ୍ରୱାଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେବାକୁ ସଦୟ ସ୍ୱିକୃତୀ ପ୍ରଦାନ କରିଛନ୍ତି ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ ଯୋଗ ଦେବାକୁ ଅନୁଷ୍ଠାନ ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande