
ଜୟପୁର, ୨୭ ଏପ୍ରିଲ୍ (ହି.ସ.)- ଜୟପୁର କଣ୍ଡରା ସାହିରେ ଥିବା ଲକ୍ଷ୍ମୀ ନୃସିଂହ ମନ୍ଦିରରେ ବଡ ଏକାଦଶି ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ଜାରି ରହିଛି । ପ୍ରଭୁ ଲକ୍ଷ୍ମୀ ନୃସିଂହ ଚନ୍ଦନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସ୍ୱତନ୍ତ୍ର ଭୋଗ, ଆଳତି କରାଯାଇଥିବା ବିଷୟ ମନ୍ଦିର ମୁଖ୍ୟ ପୁରୋହିତ ସୁନିଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଚନ୍ଦନ ବେଶରେ ପ୍ରଭୁଙ୍କୁ ଦର୍ଶନ କଲେ ମହା ପୁଣ୍ୟ ମିଳିଥାଏ ବୋଲି ପ୍ରବାଦ ରହିଛି । ସେନେଇ ଭକ୍ତ ମାନେ ଆଜି ବଡ ଏକାଦଶି ଅବସରରେ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି