ଓ ସି ଏ ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ କିଟ୍ ଏକାଦଶ ମହିଳା ଦଳ ବିଜୟୀ
ଖୋର୍ଦ୍ଧା, ୨୭ ଏପ୍ରିଲ୍ (ହି.ସ.) - ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି -୨୦ କ୍ରିକେଟ ପ୍ରତିଯୋଗିତା ର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଆଜିର ମ୍ୟାଚ୍ ରେ କିଟ୍ ଏକାଦଶ, ଭୁବନେଶ୍ୱର ମହିଳା ଦଳ କୋର
OCA


ଖୋର୍ଦ୍ଧା, ୨୭ ଏପ୍ରିଲ୍ (ହି.ସ.) - ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି -୨୦ କ୍ରିକେଟ ପ୍ରତିଯୋଗିତା ର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଆଜିର ମ୍ୟାଚ୍ ରେ କିଟ୍ ଏକାଦଶ, ଭୁବନେଶ୍ୱର ମହିଳା ଦଳ କୋରାପୁଟ ଜିଲ୍ଲା ମହିଳା ଦଳ କୁ ୩୮ ରନରେ ପରାସ୍ତ କରି ବିଜୟୀ ହୋଇଛି। କିଟ୍ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର ରେ ୪ ୱିକେଟ୍ ହରାଇ ୧୩୧ରନ୍ କରିଥିଲା। ଦଳ ପକ୍ଷରୁ ରାଣୀ ଟୁଡୁ ୫୮ ରନ୍ ଓ ବର୍ଷାରାଣୀ ସିଂ ୨୭ ରନ୍ କରିଥିଲେ।ପତ୍ୟୁତରରେ କୋରାପୁଟ ଦଳ ୨୦ ଓଭର ରେ ୬ ଟି ୱିକେଟ୍ ହରାଇ ମାତ୍ର ୯୩ ରନ୍ କରି ୩୮ ରନ୍ ରେ ପରାସ୍ତ ହୋଇଥିଲେ। କୋରାପୁଟ୍ ଦଳ ପକ୍ଷରୁ ସୁଧୃତି ରାଉତ ୨୪ ରନ୍ ଓ ଭାବନା ବର୍ମା ୨୦ ରନ୍ କରିଥିଲେ। କିଟ୍ ଦଳ ପକ୍ଷରୁ ବର୍ଷାରାଣୀ ସିଂ ଓ କୁନି ବଦରା ପ୍ରତ୍ୟକ ୨ ଟି ଲେଖାଏଁ ୱିକେଟ ନେଇଥିଲେ। କ୍ରିକେଟ୍ ଆସୋସିଏସନ୍ ଅଫ୍ ଦି ଦିଷ୍ଟ୍ରିକ୍ଟ ଖୋର୍ଦ୍ଧାର ସମ୍ପାଦକ ତଥା ଓ ସି ଏ ର କୋଷାଧକ୍ଷ ବିକାଶ ପ୍ରଧାନ,ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, ସୁଧୀର ସାହୁ, ବ୍ରିଜେଶ ପ୍ରଧାନ, କାଜଲ ବଳିଆରସିଂ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ବିରଂଚି ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ଖେଳ ସଂଯୋଜନା କରିଥିବା ବେଳେ ଅମ୍ପାୟର ରୂପେ ଆନନ୍ଦ ସାହୁ, ଅଭିନାଶ ନାୟକ ଓ ସ୍କୋରର ଭାବେ ସତ୍ୟନାରାୟଣ ପରିଡ଼ା କାର୍ଯ୍ୟ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande