
ଭୁବନେଶ୍ୱର, ୨୭ ଅପ୍ରେଲ (ହି.ସ.)- ସୋମବାର ରାଜ୍ୟର ୪ଟି ସ୍ଥାନରେ ତାପମାତ୍ରା ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି । ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୪୩.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଲଗାତାର ଝାରସୁଗୁଡ଼ାର ତାପମାତ୍ରା ୪୩ ଡ଼ିଗ୍ରୀ ଉପରେ ରହୁଛି ।
ସେହିପରି ସମ୍ବଲପୁରରେ ୪୩.୦ ଡ଼ିଗ୍ରୀ, ରାଉରକେଲାରେ ୪୩.୦ ଡ଼ିଗ୍ରୀ, ହିରାକୁଦରେ ୪୨.୦ ଡ଼ିଗ୍ରୀ, କେନ୍ଦୁଝରରେ ୩୮.୯ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୦ ଡ଼ିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୬.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ଅନୁରୂପ ଭାବେ ଚାନ୍ଦବାଲିରେ ୩୫.୮ ଡ଼ିଗ୍ରୀ, ପୁରୀରେ ତାପମାତ୍ରା ୩୧.୬ ଡ଼ିଗ୍ରୀ, ଏବଂ ଗୋପାଳପୁରରେ ୩୧.୨ ଡ଼ିଗ୍ରୀ, ପାରାଦୀପରେ ୩୦.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ