ଦଳ ବିରୋଧୀ ଲୋକ ତୁରନ୍ତ ସଭ୍ୟ ପଦରୁ ବିଦା ହୁଅନ୍ତୁ - ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ଯେଉଁ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି ତାଙ୍କର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମିଳା କହିଛନ୍ତି ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଭାବେ ମୁଁ ବାଚସ୍ପତିଙ୍କୁ ଲେଖିଛି। ଯେଉଁ ୮
pramila malik


ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ଯେଉଁ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି ତାଙ୍କର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମିଳା କହିଛନ୍ତି ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଭାବେ ମୁଁ ବାଚସ୍ପତିଙ୍କୁ ଲେଖିଛି। ଯେଉଁ ୮ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି, ସେମାନଙ୍କର ଆବଶ୍ୟକ ନାହିଁ। ସେମାନେ ତୁରନ୍ତ ସଭ୍ୟ ପଦରୁ ବିଦା ହୁଅନ୍ତୁ, ନ ହେଲେ ନିଜ ଆଡୁ ପଦ ଛାଡ଼ନ୍ତୁ।ସେମାନେ ଯଦି ଏତେ ଲୋକପ୍ରିୟ ସଭ୍ୟ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦିଅନ୍ତୁ ଏବଂ ଆଉ ଥରେ ଲୋକଙ୍କ ମତ ଲୋଡନ୍ତୁ। ଅନ୍ୟ ରାଜ୍ୟ ଭଳି ଏଠି ମଧ୍ୟ ବାଚସ୍ପତି ତୁରନ୍ତ ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଅନୁରୋଧ କରିଛୁ। ସେମାନେ ଯେଉଁଭଳି ଭାବେ ଦଳ ବିରୁଦ୍ଧରେ ଏବଂ ନେତାଙ୍କ ବିରୁଦ୍ଧରେ ବିବୃତି ଦେଉଛନ୍ତି , ସେ ସମସ୍ତ କଥାକୁ ବିଚାର କରି ବାଚସ୍ପତି ପଦକ୍ଷେପ ନେବାକୁ ଆମେ ଆଜି ୮ ଜଣ ବିଧାୟକଙ୍କ ବିରୁଦ୍ଧରେ ଦାବି ପତ୍ର ଦେଇଛୁ।

ଅନ୍ୟ ଏକ ପ୍ରଶ୍ନର ଉତରରେ ପ୍ରମିଳା ମଲ୍ଲିକ କହିଛନ୍ତି ସେମାନେ କଣ ନବୀନ ପଟ୍ଟନାୟକଙ୍କୁ ଆଇନ ପଢେଇବେ। ସେମାନେ ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande