
ଜୟପୁର, ୨୭ ଏପ୍ରିଲ୍ (ହି.ସ.)- ଗୀତାଞ୍ଜଳି କଲ୍ୟାଣ ମଣ୍ଡପରେ ସ୍ଵର ଘୁଙ୍ଗୁର ଅନୁଷ୍ଠାନ ଜୟପୁର ତରଫରୁ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ସୁରଞ୍ଜଳି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୨୭ ଜଣ ଛୋଟ ଓ ବଡ କଣ୍ଠ ଶିଳ୍ପୀ ଭାଗ ନେଇ ଦର୍ଶକ ମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲେ। ଏହି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ କୁନି ଛୁଆଙ୍କ ବାଦ୍ୟ ଯନ୍ତ୍ର ସହ ସଂଗୀତ ଗାନ। ସୁରଘୁଙ୍ଗୁର ଏପରି ଏକ ଅନୁଷ୍ଠାନ ଯେଉଁଠି ଜୟପୁର ତଥା ଆଖ ପାଖ ଅଂଚଳ ଇଏ ବହୁ ଶିକ୍ଷାର୍ଥୀ ସଂଗୀତ ଶିକ୍ଷା କରି ଓଡିଶା ତଥା ଓଡିଶା ବାହାରେ କୋରାପୁଟ ଜିଲ୍ଲାର ଜୟପୁର ସହରର ନାମକୁ ଉର୍ଦ୍ଧରେ ରଖି ପାରିଛନ୍ତି। ସଂଗୀତକୁ ଆଦରି ନେଇଥିବା କୁନି କଳାକାର ମାନଙ୍କ ଅଭିଭାବକ ସେମାନଙ୍କ ଛୁଆର ସଂଗୀତ ଶିକ୍ଷାରେ ସନ୍ତୁଷ୍ଟ ହୋଇ ସ୍ୱର ଘୁଙ୍ଗୁରକୁ ନିଜ ପରିବାର ବୋଲି ଆଦରି ନେଇଥିବା କଥା କହିଛନ୍ତି। ସୁରଘୁଙ୍ଗୁରର ଏଭଳି କାର୍ଯ୍ୟକ୍ରମକୁ ବରିଷ୍ଠ କଳାକାର ଏବଂ ଜୟପୁରର ସାଧାରଣ ଜନତା ଭୁୟସୀ ପ୍ରଂଶସା କରିଛନ୍ତି। ଆଗାମୀ ଦିନରେ ଅଧିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁଷ୍ଠାନର ମୁଖ୍ୟ ଧିରେନ ମୋହନ ପଟନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ଆକାଶବାଣୀ ଜୟପୁରର ବରିଷ୍ଠ ସ୍ୱର ସଂଯୋଜକ ବିଜୟ ସାମନ୍ତରାୟ ଉଦ୍ଘାଟନ କରିଥିବା ବେଳେ ଗୁରୁ ସୁବଳ ଚରଣ ଵାଲା ଏବଂ ଅନୁଷ୍ଠାନ ମୁଖ୍ୟ ଧିରେନ ମୋହନ ପଟନାୟକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶିଳ୍ପୀ ପ୍ରଜ୍ଞା ପଣ୍ଡା ସଂଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି