ବାଇଜା ପଡା ଗ୍ରାମରେ ଜଳ ସଙ୍କଟ
କେନ୍ଦୁଝର, ୨୭ ଏପ୍ରିଲ୍(ହି.ସ.) – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବକ୍ସିବାରିଗାଁ ଗ୍ରାମ ପଂଚାୟତର ବାଇଜା ପଡା ଗ୍ରାମରେ ଗ୍ରୀଷ୍ମ ଋତୁ ଆସିଲେ ଜନସାଧାରଣ ଭୟଙ୍କର ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ୧୦୦ରୁ ଅଧୂକ ପରିବାର ରହୁଥିବା ସତ୍ୱେ, ସେମାନଙ୍କ ପାଇଁ ମାତ୍ର ଦୁଇଟ
ବାଇଜା ପଡା ଗ୍ରାମରେ ଜଳ ସଙ୍କଟ


କେନ୍ଦୁଝର, ୨୭ ଏପ୍ରିଲ୍(ହି.ସ.) – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବକ୍ସିବାରିଗାଁ ଗ୍ରାମ ପଂଚାୟତର ବାଇଜା ପଡା ଗ୍ରାମରେ ଗ୍ରୀଷ୍ମ ଋତୁ ଆସିଲେ ଜନସାଧାରଣ ଭୟଙ୍କର ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ୧୦୦ରୁ ଅଧୂକ ପରିବାର ରହୁଥିବା ସତ୍ୱେ, ସେମାନଙ୍କ ପାଇଁ ମାତ୍ର ଦୁଇଟି ନଳକୂପ ଉପରେ ନିର୍ଭର କରିବାକୁ ପଡ଼ୁଛି। ତଳସାହିରେ ଥିବା ଗୋଟିଏ ନଳକୂପ ଗ୍ରୀଷ୍ମ ଦିନରେ ପାଣି ଯୋଗାଇବାରେ ପ୍ରାୟ ଅସମର୍ଥ ହୋଇଯାଏ। ଫଳରେ, ସମଗ୍ର ଗ୍ରାମର ଲୋକମାନେ ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ପାଣି ପାଇଁ ଦୀର୍ଘ ସମୟ ଧରି ଲାଇନ୍ ଲଗାଇବାକୁ ପଡ଼ୁଥିବାରୁ ବିଶେଷକରି ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଗଣ୍ଡଗୋଳ ଘଟୁଥିବା ଦେଖାଯାଉଛି। ଗ୍ରାମବାସୀମାନେ ପ୍ରତିବର୍ଷ ଏହି ସମସ୍ୟାକୁ ମୁହାଁ ଦେଉଥିବା ସତ୍ୱେ, ତଳସାହିରେ ନୂତନ ନଳକୂପ ଖନନ ପାଇଁ ପଂଚାୟତରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କୌଣସି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ ହୋଇନାହିଁ। ସରକାର ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ, ସେଥୂର ସଠିକ୍ ଲାଭ ଗ୍ରାମ ସ୍ତରରେ ପହଂଚୁ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖ୍, ୱାର୍ଡ ମେମ୍ବର କାମେଶ୍ୱର ନାଏକ ଓ ସ୍ଥାନୀୟ ଲୋକମାନେ ଜିଲ୍ଲା ପ୍ରଶାସନଙ୍କୁ ଶୀଘ୍ର ହସ୍ତକ୍ଷେପ କରି ବାଇଜା ପଡ଼ା ତଳସାହିରେ ଏକ ନୂତନ ନଳକୂପ ଖନନ କରିବାକୁ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande