
ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- ବିଶିଷ୍ଟ ଦାର୍ଶନିକ ମନୋଜ ଦାସଙ୍କ ପୁଣ୍ୟତିଥିରେ
ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାଂସ୍କୃତିକ ଓ ବୌଦ୍ଧିକ ଗୌରବର ଅନନ୍ୟ
ପ୍ରତିଭୂ, ସାରସ୍ୱତ ଜଗତର
ଜ୍ୟୋତିର୍ମୟ ପୁରୁଷ ତଥା ବିଶିଷ୍ଟ ଦାର୍ଶନିକ ମନୋଜ ଦାସଙ୍କ ପୁଣ୍ୟତିଥିରେ ମୁଁ ମୋର ଗଭୀର
ଶ୍ରଦ୍ଧାସୁମନ ଅର୍ପଣ କରୁଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜର ଅଲୌକିକ କଳ୍ପନାଶକ୍ତି ଓ
ମନ୍ତ୍ରମୁଗ୍ଧ କରିଦେବା ଭଳି ଶବ୍ଦ ସଂଯୋଜନା ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗନ୍ତ
ଓ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିଥିଲେ। ତାଙ୍କର କାଳଜୟୀ ଲେଖନୀ ଶବ୍ଦ ଓ ଶୈଳୀର ଯେଉଁ
ଅମୃତ ମାୟାଜାଲ ବୁଣିଥିଲା, ତାହା କେବଳ
ପାଠକଙ୍କୁ ବିମୋହିତ କରିନାହିଁ,
ବରଂ ମାନବୀୟ
ସଂବେଦନା ଓ ଜୀବନ ଦର୍ଶନର ଏକ ମହାନ ବାତାୟନ ଉନ୍ମୋଚନ କରିଛି।
ତାଙ୍କର ଅମର ସୃଷ୍ଟି ଓ ମାର୍ଗଦର୍ଶନ ଆମ ପାଇଁ ଚିରକାଳ ପ୍ରେରଣାର
ଆଲୋକବର୍ତ୍ତିକା ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା