
ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- ରାଜ୍ୟର ୧୯ଟି ଡିଭିଜନ୍ରେ ନିଆଁ ଲାଗିଛି । ବାଲିଗୁଡ଼ା
ଓ କଳାହାଣ୍ଡି ରେଞ୍ଜରେ ଅଧିକ ନିଆଁ ଲାଗୁଛି । ଏନେଇ ପିସିସିଏଫ୍ ସୂଚନା ଦେଇଛନ୍ତି । ନବରଙ୍ଗପୁର
ଓ କୋରାପୁଟରେ ପୋଡୁ ଚାଷ ପାଇଁ ନିଆଁ ଲାଗୁଛି ।
ଗତ ବର୍ଷ ଅପେକ୍ଷା ଏଥର ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଥିବା
ପିସିସିଏଫ କହିଛନ୍ତି । ଗତ ବର୍ଷ ପ୍ରାୟ ୩୦ ହଜାର ପଏଣ୍ଟରେ ନିଆଁ ଲାଗିଥିଲା । ଏଥର ଏହା ୨୦
ହଜାର ପଏଣ୍ଟରେ ରହିଛି । ନିଆଁ ଖବର ଆସିଲେ ୧୫ ମିନିଟ୍ରେ ଲିଭାଇବାକୁ ଉଦ୍ୟମ ହେଉଛି। ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଜଙ୍ଗଲ
ବିଭାଗ ସଜାଗ ରହିଛି ବୋଲି ପିସିସିଏଫ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା