ବଡ଼ପାଳରେ ରକ୍ତଦାନ ଶିବିର
କେନ୍ଦ୍ରାପଡା, ୧୦ ମଇ (ହି.ସ.)- ମାର୍ଶାଘାଇ ବ୍ଲକ ବଡ଼ପାଳଗୋଡ଼ା ଜି.କେ ବଜାର ଏବଂ କଟକ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତଭଣ୍ଡାର ସହଯୋଗରେ ରବିବାର ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ରେଡ଼କ୍ରସ ସୋସାଇଟିର ଡାକ୍ତର ଆଶିଷ ଶତପଥୀ, ଡାକ୍ତର ରାମପ୍ରସାଦ ରାୟ, ବିଶ୍ୱଜିତ ସାହାଣୀ, ପ୍ରଶାନ୍ତ
ବଡ଼ପାଳରେ ରକ୍ତଦାନ ଶିବିର


କେନ୍ଦ୍ରାପଡା, ୧୦ ମଇ (ହି.ସ.)- ମାର୍ଶାଘାଇ ବ୍ଲକ ବଡ଼ପାଳଗୋଡ଼ା ଜି.କେ ବଜାର ଏବଂ କଟକ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତଭଣ୍ଡାର ସହଯୋଗରେ ରବିବାର ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ରେଡ଼କ୍ରସ ସୋସାଇଟିର ଡାକ୍ତର ଆଶିଷ ଶତପଥୀ, ଡାକ୍ତର ରାମପ୍ରସାଦ ରାୟ, ବିଶ୍ୱଜିତ ସାହାଣୀ, ପ୍ରଶାନ୍ତ କୁମାର ସେଠୀ, ପିତାମ୍ବର ଜେନା, ପ୍ରକାଶ ମଲିକ, କୀର୍ତ୍ତନ ବଂଛୋର ପ୍ରମୁଖ ଶିବିର ପରିଚାଳନା କରିଥିଲେ l

ଚନ୍ଦ୍ରକାନ୍ତ ମଲ, ରୂପାଲି ବେହେରା, ଡା. ଦୀପକ କୁମାର ବେହେରା, ମନ୍ମଥ ନାଥ ସାହୁ, ଦୀପକ ସୂତାର, ଦିବ୍ଯଜ୍ଯୋତି ସାମଲ, ସନ୍ତୋଷ ବେହେରାଙ୍କ ସମେତ ୯୧ ଜଣ ରକ୍ତଦାତାଙ୍କ ଠାରୁ ୯୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ନେସନାଲ ଥାଲାସେମିଆ ଫୋରମ ର ସଦସ୍ୟ ପ୍ରଣବ କିଶୋର ସାମଲ, ତୁଷାରକାନ୍ତ ସାମନ୍ତରାୟ, ଶିତଲ ବେହେରା, ପ୍ରଶାନ୍ତ ବେହେରା, ସତ୍ଯ ପ୍ରତିକ ସାମଲ, ଉପାସନା ସାଇଶ୍ରୀ ସାମଲ, ହେମନ୍ତ ଦାସ, ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ଅବିନାଶ ମେଡ଼ିସିନ ଷ୍ଟୋରର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande