ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ସିଧା ବିମାନ ସେବା : ମେ’ ୨୧ରୁ ଆରମ୍ଭ କରିବ ଷ୍ଟାର୍ ଏୟାର୍
Direct flight will start Jharsuguda to Bbsr and Hyderabad
ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ସିଧା ବିମାନ ସେବା : ମେ’ ୨୧ରୁ ଆରମ୍ଭ କରିବ ଷ୍ଟାର୍ ଏୟାର୍


ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ସିଧା ବିମାନ ସେବା : ମେ’ ୨୧ରୁ ଆରମ୍ଭ କରିବ ଷ୍ଟାର୍ ଏୟାର୍

ଝାରସୁଗୁଡ଼ା, 14 ମେ (ହି.ସ.) ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର। ଝାରସୁଗୁଡ଼ାରୁ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବଂ ଦକ୍ଷିଣ ଭାରତର ପ୍ରମୁଖ ସହର ହାଇଦ୍ରାବାଦକୁ ଏଣିକି ମିଳିବ ସିଧାସଳଖ ବିମାନ ସେବା। ଆସନ୍ତା ମେ’ ୨୧ ତାରିଖରୁ ଷ୍ଟାର୍ ଏୟାର୍ ପକ୍ଷରୁ ଏହି ନୂତନ ସେବା ଆରମ୍ଭ ହେବାକୁ ଯାଉଛି।

ଏହି ସେବା ଆରମ୍ଭ ହେଲେ ଯାତ୍ରୀମାନେ ଆଉ ‘ଲେ-ଓଭର୍’ କିମ୍ବା ଦୀର୍ଘ ସମୟ ଅପେକ୍ଷାର ସମସ୍ୟାରୁ ମୁକ୍ତି ପାଇବେ। ସିଧା ବିମାନ ସେବା ଯୋଗୁଁ ଯାତ୍ରା ହେବ ଅଧିକ ସୁବିଧାଜନକ ଓ ସମୟସଞ୍ଚୟକାରୀ।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା-ଭୁବନେଶ୍ୱର ରୁଟ୍ରେ ସପ୍ତାହକୁ ୬ ଦିନ ବିମାନ ଚଳାଚଳ କରିବ। କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ ସକାଳ ୧୧ଟା ୧୦ ମିନିଟରେ ବିମାନ ଛାଡ଼ି ଦିପହର ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ଦିପହର ୧୨ଟା ୩୦ ମିନିଟରେ ଛାଡ଼ି ଅପରାହ୍ନ ୧ଟା ୨୦ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବ।

ଅନ୍ୟପଟେ, ହାଇଦ୍ରାବାଦରୁ ସକାଳ ୮ଟା ୪୦ ମିନିଟରେ ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ ସକାଳ ୧୦ଟା ୨୫ ମିନିଟରେ ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ ଦିପହର ୧ଟା ୫୦ ମିନିଟରେ ବାହାରି ଅପରାହ୍ନ ୩ଟା ୩୫ ମିନିଟରେ ହାଇଦ୍ରାବାଦରେ ପହଞ୍ଚିବ।

ଏହି ନୂତନ ବିମାନ ସେବା ଫଳରେ ପଶ୍ଚିମ ଓଡ଼ିଶାର ଯାତାୟାତ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଆଞ୍ଚଳିକ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande