ଝାରସୁଗୁଡା ଜିଲ୍ଲାରେ ବର୍ଷାର ପ୍ରଭାବ: କୋଲାବିରାରେ ସର୍ବାଧିକ ୪୬.୪ ମି.ମି. ବର୍ଷା
Rain and thunderstorm in Jharsuguda
ଝାରସୁଗୁଡା ଜିଲ୍ଲାରେ ବର୍ଷାର ପ୍ରଭାବ: କୋଲାବିରାରେ ସର୍ବାଧିକ ୪୬.୪ ମି.ମି. ବର୍ଷା

ଝାରସୁଗୁଡା ଜିଲ୍ଲାରେ ବର୍ଷାର ପ୍ରଭାବ: କୋଲାବିରାରେ ସର୍ବାଧିକ ୪୬.୪ ମି.ମି. ବର୍ଷା

ଝାରସୁଗୁଡା, ୧୪ ମଇ (ହି.ସ.): ଝାରସୁଗୁଡା ଜିଲ୍ଲାରେ ଗୁରୁବାର ହୋଇଥିବା ବର୍ଷାରେ କିଛି ଅଞ୍ଚଳରେ ଭଲ ପରିମାଣର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ପାଞ୍ଚଟି ବ୍ଲକ ମଧ୍ୟରୁ କୋଲାବିରାରେ ସର୍ବାଧିକ ୪୬.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଲଇକେରାରେ ୨୮.୦ ମି.ମି., କିର୍ମିରାରେ ୨୭.୩ ମି.ମି. ଏବଂ ଝାରସୁଗୁଡା ସଦରରେ ୨୨.୦ ମି.ମି. ବର୍ଷା ରେକର୍ଡ ହୋଇଛି।

ଅନ୍ୟପଟେ ଲଖନପୁର ଅଞ୍ଚଳରେ କୌଣସି ବର୍ଷା ହୋଇନଥିବା ସୂଚନା ମିଳିଛି। ଜିଲ୍ଲାରେ ସମୁଦାୟ ୧୨୩.୭ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲ୍ଲାର ସର୍ବମୋଟ ହାରାହାରି ବର୍ଷା ପରିମାଣ ୨୪.୭୪ ମି.ମି. ରହିଛି।ଏହି ସୂଚନା ଡି ଇ ଓ ସି , ଝାରସୁଗୁଡା ପକ୍ଷରୁ ଜାରି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

 rajesh pande