ଓସିଏ ଏକାଡେମୀ ପାଇଁ ୪ ଖେଳାଳି ମନୋନୀତ
4 selected for OCA acadamy
ଓସିଏ ଏକାଡେମୀ ପାଇଁ ୪ ଖେଳାଳି ମନୋନୀତ


ଝାରସୁଗୁଡ଼ା, 11 ମେ (ହି.ସ.)

ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରତିଷ୍ଠିତ ହରେକୃଷ୍ଣ ମହତାବ ଫିଡର ସେଣ୍ଟର ଆବାସିକ ଏକାଡେମୀ ପାଇଁ ଝାରସୁଗୁଡ଼ାର ୪ ଜଣ କୁନି କ୍ରିକେଟର ମନୋନୀତ ହୋଇଥିବା ନେଇ ଝାରସୁଗୁଡ଼ା ଶିକ୍ଷା ଏକାଡେମୀର ପ୍ରତିଷ୍ଠାତା ତଥା ବରିଷ୍ଠ କୋଚ ସୁମିତ ସିଂ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଶିକ୍ଷା ଏକାଡେମୀରୁ ଶିକ୍ଷା ଲାଭ କରି ଉଭୟ ବାଳକ ୧୪ ବର୍ଷରୁ କମ ଓ ବାଳିକା ୧୩ ବର୍ଷରୁ କମ ବର୍ଗରେ ଏହି ଖେଳାଳୀମାନେ ନିଜର ସ୍ଥାନ ପକ୍କା କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବାଳିକା ବିଭାଗରେ ରେ ଅନୁ ପାଣ୍ଡେ ଓ ଅଭୟଦା କୋହ୍ନର ବାଳକ ବିଭାଗ ପାଇଁ ଅଂଶ ସିଂ ଓ କୁମାର ୱାସିଲ ଖା ଖାନ ମନୋନୀତ ହୋଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନର ଏହି ଅତ୍ୟାଧୁନିକ ଆବାସିକ ଏକାଡେମୀରେ ମନୋନୀତ ଖେଳାଳୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ଏହି ଖେଳାଳୀମାନଙ୍କୁ ଉଚ୍ଚକୋଟୀର କ୍ରିକେଟ କୋଟିଂ ଓ ପ୍ରଶିକ୍ଷଣ, ସମ୍ପୂର୍ଣ୍ଣ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା, ଉନ୍ନତମାନର ବିଦ୍ୟାଳୟ ଶିକ୍ଷା, ସ୍ପୋର୍ଟସ ସାଇନ୍ସ ସେଣ୍ଟର ଓ ଆଧୁନିକ କ୍ରିକେଟ ଉପକରଣ ଯୋଗାଇ ଦିଆଯିବ। ଝାରସୁଗୁଡ଼ାର ଏହି ଉଦୀୟମାନ ଖେଳାଳୀମାନଙ୍କ ସଫଳତା ପାଇଁ ସ୍ଥାନୀୟ କ୍ରିକେଟ ପ୍ରେମୀ ଓ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀଦିନରେ ଏହି ଖେଳାଳୀମାନେ ରାଜ୍ୟ ତଥା ଦେଶ ପାଇଁ ସଫଳତା ଆଣିବେ ବୋଲି ଆଶା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande