
ଭୁବନେଶ୍ୱର, 11 ମଇ (ହି.ସ.) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଆଶୀଷ ଚୌହାନ ଓ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଦିନ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେମାନେ ଆସନ୍ତା ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ସମୟରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ।
ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ପ୍ରତିନିଧି ମଣ୍ଡଳୀ ତାଙ୍କୁ ସାକ୍ଷାତ କରି ଉକ୍ତ ଆମନ୍ତ୍ରଣ ପ୍ରଦାନ କରିଛନ୍ତି । ପ୍ରସ୍ତାବିତ କାର୍ଯ୍ୟକ୍ରମ ୨୮ ତାରିଖରେ ଆୟୋଜିତ ହେବ।
ଏହି ପ୍ରତିନିଧି ମଣ୍ଡଳରେ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଆଶୀଷ ଚୌହାନ, ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକଙ୍କ ସହ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅପାଂଶୁ ଶେଖର ସିଲ, ସହ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ବୈଲୋଚନ ସାହୁ ଏବଂ ରାକେଶ ପାଢୀ ସାମିଲ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ