
ସମ୍ବଲପୁର, ୧୧ ମଇ (ହି.ସ.)- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କାର୍ଯ୍ୟାଳୟ ଠାରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ଏକ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ମୋଟ୍ ୭୨ଟି ଆବେଦନ ଗ୍ରହଣ କରାଯାଇଥିଲା, ସେଥି ମଧ୍ୟରୁ ୪୫ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବାବେଳେ ୨୭ଟି ସମସ୍ୟା ଗୋଷ୍ଠୀଗତ ସମସ୍ୟା ସହିତ ଜଡିତ ଥିଲା । ଏହି ଜନ ଅଭିଯୋଗ ଶୁଣାଣି କରିବା ପରେ ଜିଲ୍ଲାପାଳ ଜଣେ ହିତାଧିକାରୀଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ