୬୫୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ମାଲକାନଗିରି , ୨୭ ମଇ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି -୬୬ ଅଞ୍ଚଳରେ କାଲିମେଳା ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ୬୫୦ କିଲୋ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସାରିଗାଟା ଗ୍ରାମର ଅବସ୍କଣ୍ଡର ନାଗେଶ ସିରୁ
୬୫୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ


ମାଲକାନଗିରି , ୨୭ ମଇ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି -୬୬ ଅଞ୍ଚଳରେ କାଲିମେଳା ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ୬୫୦ କିଲୋ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସାରିଗାଟା ଗ୍ରାମର ଅବସ୍କଣ୍ଡର ନାଗେଶ ସିରୁଗୁରୁ (୩୦) ବୋଲି ପୁଲିସ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଏମଭି -୬୬ ଅଞ୍ଚଳରେ ବେଆଇନ ଭାବରେ ଚୋରା ଗଞ୍ଜେଇ ରଖିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦେହ ଜଣକ ଭାବେ ଯାଞ୍ଚ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଏହାସହ ଅଭିଯୁକ୍ତଙ୍କ ଠାରୁ ଏକ କଳା ରଙ୍ଗର ବଜାଜ ପଲସର ବାଇକ ଜବତ କରିଛି ପୁଲିସ । ଏନେଇ କାଲିମେଳା ଥାନା କେସ୍ ନମ୍ବର ୧୨୩/୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ବାଳ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande