
ଭଦ୍ରକ, ୨୮ ମଇ (ହି.ସ.)- କଡ଼ା ନିୟମ ସେତ୍ୱ ବେଆଇନ ଭୋବ ଗଢ଼ି ଉଠୁଥିବା ଇଟାଭାଟି ଯୋଗୁ ସ୍ଥାନୀୟ ଅଂଚଳେର ପରେିବଶ ପ୍ରଦୂଷଣ ସହ ଉତାପ ବୃଦ୍ଧି ପାଉଛି। ଭଣ୍ଡାରେିପାଖରୀ ବ୍ଲକର ୧େ୦ଗାଟି ପଂଚାୟତ ଅଂଚଳେର ବେଆଇନ ଇଟା ବ୍ୟବସାୟ ହୋଇଥାଏ। ସାଧାରଣତଃ ବନ୍ଦାଳ ମଢିଆଳୀ,ଝୁଟଣାେ,ନରଡା, ବାଲେିପାଖରୀ, ଷୋଳମପୁର ପ୍ରମୁଖ ପଂଚାୟତ ଗୁଡ଼ିକେର ମାତ୍ରାଧିକ ଇଟାଭାଟି ଗଢ଼ି ଉଠିଥିବା େବେଳ ଅନ୍ୟାନ୍ୟ ସ୍ଥାନେର ମଧ୍ୟ ଅଳ୍ପ ବହୁତ ମାଟି ଇଟା ବ୍ୟବସାୟ ହୋଇଥାଏ। ସ୍ଥାନୀୟ ଅଂଚଳେର ଦୈନିକ ପ୍ରାୟ ୨୦ରୁ ଅଧିକ କଂଚା ଇଟାଭାଟିକୁ କୋଇଲା ଓ କାଠ ଦ୍ୱାରା ଜଳା ଯାଇଥାଏ।ଏଥିରୁ ନିଗର୍ତ ଉତାପ ଓ ଧୂଆଁ ସିଧାସଳଖ ସ୍ଥାନୀୟ ବାୟୁ ମଣ୍ଡଳେର ମିଶିଥାଏ। ଫଳେର ତାପମାତ୍ରା ବୃଦ୍ଧେିର ଏହା ସହାୟକ ହେଉଥିବା ପରେିବଶ ପ୍ରେମୀ ମତ ଦେଇଛନ୍ତି। ଲାଭେଖାର ବ୍ୟକ୍ତି ଇଟା ବ୍ୟବସାୟ କରି ଆର୍ଥିକ ଫାଇଦା ଉଠାଉଛନ୍ତି।ଅନ୍ୟ ପକ୍ଷେର ବାୟୁମଣ୍ଡଳ ଦୂଷିତ ହେବାସହ ତାପମାତ୍ରା ବୃଦ୍ଧି ପାଉଛି ବୋଲି କୁହାଯାଇଛି।ଅଭେିଯାଗ େହେଲ ତହସିଲ କର୍ତୃପକ୍ଷ ଚଢ଼ାଉ କରୁଛନ୍ତି ଓ ଜରିମାନା ଆଦାୟ କରୁଛନ୍ତି।ମାତ୍ର ଏହି ସମସ୍ୟାର ସମାଧାନ ପାଇଁ ପରେିବଶ ବିଭାଗ କିମ୍ବା ରାଜସ୍ୱ ପ୍ରଶାସନ ସେପରି କୌଣସି କଡ଼ା ପଦେକ୍ଷପ ଗ୍ରହଣ କରୁନଥିବା କାରଣରୁ ଏହି କାରବାର କମିବା ପରିବେର୍ତ ବଢ଼ିବୋର ଲାଗିଛି ବୋଲି ସ୍ଥାନୀୟ ଜନସାଧାରଣ ମତ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ