ଏବିଭିପିର ଏକ ଦିବସୀୟ କେନ୍ଦ୍ରୀୟ କାର୍ଯ୍ୟସମିତି ବୈଠକ ସମ୍ପନ୍ନ
ଭୁବନେଶ୍ୱର, ୨୭ ମଇ (ହି.ସ)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକଦିବସୀୟ କେନ୍ଦ୍ରୀୟ କାର୍ଯ୍ୟସମିତି ବୈଠକ ଭୁବନେଶ୍ୱରସ୍ଥିତ ‘ଶିକ୍ଷା ‘ଓ’ ଅନୁସନ୍ଧାନ’ ବିଶ୍ୱବିଦ୍ୟାଳୟରେ ସମ୍ପନ୍ନ ହୋଇଯାଇଛିା। ଏହି ବୈଠକରେ ପଶ୍ଚିମବଙ୍ଗରେ ହିଂସା, ଭୟ ଏବଂ ତୁଷ୍ଟିକରଣର ରାଜନୀତିକୁ ସମାପ୍ତ କରି ଗଣତାନ୍ତ୍ରିକ
dgjh


ଭୁବନେଶ୍ୱର, ୨୭ ମଇ (ହି.ସ)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକଦିବସୀୟ କେନ୍ଦ୍ରୀୟ କାର୍ଯ୍ୟସମିତି ବୈଠକ ଭୁବନେଶ୍ୱରସ୍ଥିତ ‘ଶିକ୍ଷା ‘ଓ’ ଅନୁସନ୍ଧାନ’ ବିଶ୍ୱବିଦ୍ୟାଳୟରେ ସମ୍ପନ୍ନ ହୋଇଯାଇଛିା। ଏହି ବୈଠକରେ ପଶ୍ଚିମବଙ୍ଗରେ ହିଂସା, ଭୟ ଏବଂ ତୁଷ୍ଟିକରଣର ରାଜନୀତିକୁ ସମାପ୍ତ କରି ଗଣତାନ୍ତ୍ରିକ ମୂଲ୍ୟବୋଧର ସ୍ଥାପନା ପାଇଁ ଜନମତଙ୍କୁ ଅଭିନନ୍ଦନ ଜଣାଇ ପ୍ରସ୍ତାବ ପାରିତ କରାଯାଇଥିଲା।

ବୈଠକର ଶୁଭାରମ୍ଭ ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରାଧ୍ୟାପକ ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ଃ ବୀରେନ୍ଦ୍ର ସିଂହ ସୋଲଙ୍କୀ ଏବଂ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆଶୀଷ ଚୌହାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରି କରାଯାଇଥିଲା।

ବୈଠକରେ ବର୍ତମାନର ରାଷ୍ଟ୍ରୀୟ ସମସାମୟିକ ସମସ୍ୟା, ଶିକ୍ଷା ବ୍ୟବସ୍ଥା, ଯୁବମାନଙ୍କ ଭୂମିକା, ରାଷ୍ଟ୍ରୀୟ ସୁରକ୍ଷା, ସାମାଜିକ ଏବଂ ଆର୍ôଥକ ବିଷୟ, ସଂଗଠନାତ୍ମକ ସମୀକ୍ଷା ଓ ବିସ୍ତାର ସହିତ ସମସାମୟିକ ପ୍ରତିଦ୍ୱନ୍ଦ୍ୱିତା ଉପରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ଏବିଭିପି ଦ୍ୱାରା ଗୃହୀତ “ ସ୍କ୍ରିନ୍ ଟାଇମ୍ ଟୁ ଆକ୍ଟିଭିଟି ଟାଇମ୍”, ‘ବନ୍ଦେ ମାତରମ୍ ର ୧୫୦ ବର୍ଷ’, ‘ଛାତ୍ରାବାସ ସର୍ବେକ୍ଷଣ ଅଭିଯାନ’, ‘ପ୍ରା. ଯଶବନ୍ତରାଓ କେଲକର ଜନ୍ମଶତାବ୍ଦୀ ବର୍ଷ’, ‘ଆପାତକାଳ ନିଷେଧର ୫୦ ବର୍ଷ’, ‘ଶ୍ରୀ ଗୁରୁ ତେଗବହାଦୁର ବଳିଦାନ ଦିବସର ୩୫୦ ବର୍ଷ’, ସନ୍ଥ ଶିରୋମଣି ରବିଦାସଜୀଙ୍କ ୬୫୦ତମ ଜନ୍ମୋତ୍ସବ’ ଇତ୍ୟାଦି ବିଷୟରେ ଗଭୀର ଚର୍ଚ୍ଚା ହୋଇଥିଲା।

“ହିଂସା, ଭୟ ଏବଂ ତୁଷ୍ଟିକରଣର ରାଜନୀତିକୁ ପରାସ୍ତ କରି ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନଃସ୍ଥାପନ ପାଇଁ ପଶ୍ଚିମବଙ୍ଗର ଜନମତଙ୍କୁ ଅଭିନନ୍ଦନ” ବିଷୟକ ଅଭିନନ୍ଦନ ପ୍ରସ୍ତାବ ଏହି ବୈଠକରେ ପାରିତ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧି କାର୍ଯ୍ୟକର୍ତ୍ତାମାନେ ଶିକ୍ଷା, ସାମାଜିକ, ଆର୍ôଥକ, ଜାତୀୟ ସୁରକ୍ଷା, ବିଶ୍ୱ ପରିସ୍ଥିତି ଏବଂ ଯୁବମାନଙ୍କ ସହ ସମ୍ବନ୍ଧିତ ସମସାମୟିକ ବିଷୟଗୁଡ଼ିକ ଉପରେ ଚିନ୍ତନ-ମନନ କରିଥିଲେ, ଯାହା ଉପରେ ଆଗାମୀ ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଆଲୋଚନା ପରେ ପ୍ରସ୍ତାବ ମଧ୍ୟ ପାରିତ କରାଯିବ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଧ୍ୟାପକ ରଘୁରାଜ କିଶୋର ତିୱାରୀ କହିଥିଲେ ଯେ, “ସଂଗଠନର ଆଗାମୀ ଦିଗ ନିର୍ଦ୍ଧାରଣ ପାଇଁବି ଗତ ବର୍ଷଗୁଡ଼ିକର ସିଂହାବଲୋକନ ଏବଂ ବର୍ତମାନ ପରିସ୍ଥିତିର ମୂଲ୍ୟାଙ୍କନ ଅତ୍ୟନ୍ତ ଆବଶ୍ୟକ; ଏଥିରେ କେନ୍ଦ୍ରୀୟ କାର୍ଯ୍ୟସମିତିର ଏହି ବୈଠକର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଦ୍ୱାରକା ଏବଂ ଶୃଙ୍ଗେରୀରେ ଆୟୋଜିତ ସଂଗଠନାତ୍ମକ ବିଚାର ବୈଠକ ଗୁଡ଼ିକ ରେ ଏହି ପ୍ରକ୍ରିୟାର ଅଂଶ ଥିଲା, ଯାହା ଆଜିର ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ବର୍ଷ ‘ପ୍ରାଧ୍ୟାପକ ଯଶବନ୍ତରାଓ କେଲକରଜୀ’ଙ୍କ ଜନ୍ମଶତାବ୍ଦୀ ଅବସରରେ ଦେଶବ୍ୟାପୀ ଆୟୋଜିତ ଅଭିବାଚନ କାର୍ଯ୍ୟକ୍ରମମାନେ କାର୍ଯ୍ୟକର୍ତ୍ତାମାନଙ୍କୁ ତାଙ୍କ ଆଦର୍ଶ ଏବଂ କାର୍ଯ୍ୟପଦ୍ଧତି ସହିତ ଯୋଡ଼ି ନୂତନ ପ୍ରେରଣା ଦେଇଛି,।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ.ବୀରେନ୍ଦ୍ର ସିଂହ ସୋଲଙ୍କୀ କହିଥିଲେ ଯେ, “ବର୍ତମାନ ସମୟରେ ଯେତେବେଳେ ଭାରତ ବିଶ୍ୱର ନେତୃତ୍ୱ କରୁଛି, ସେତେବେଳେ ଏବିଭିପି, ନକ୍ସଲବାଦର ଅନ୍ତ ହେଉ କିମ୍ବା ଶିକ୍ଷାରେ ବ୍ୟାପ୍ତ ବିକୃତି, ସେଗୁଡ଼ିକର ସମାଧାନ ପାଇଁ ରଚନାତ୍ମକ ଆନ୍ଦୋଳନ ଏବଂ ସଂଘର୍ଷ ମାଧ୍ୟମରେ କାର୍ଯ୍ୟ କରୁଛି। ତେଲଙ୍ଗାନାରେ ଛାତ୍ରବୃତିର ଲଢ଼େଇ ହେଉ, ନିଟ୍ ପେପର ଲିକ୍ ର ବିଷୟ ହେଉ, ମୁମ୍ବାଇରେ ପେପର ଲିକ୍ ବିରୋଧୀ ଆନ୍ଦୋଳନ ହେଉ କିମ୍ବା ଦିଲ୍ଲୀ ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘମାନଙ୍କ ମାଧ୍ୟମରେ କରାଯାଉଥିବା ନବାଚାର, ଏବିଭିପି ସଦା ସର୍ବଦା ଛାତ୍ରହିତରେ କାର୍ଯ୍ୟ କରିଆସିଛି। ତ୍ରିପୁରାରେ ଜନଜାତି ଛାତ୍ର ସମ୍ମିଳନୀ, ଓଡ଼ିଶାରେ ଛାତ୍ରୀ ସଂସଦ, ତାମିଳନାଡୁରେ ବିଧି ଛାତ୍ର ସମ୍ମିଳନୀ ଏବଂ ଦେଶବ୍ୟାପୀ ‘ମିଶନ ସାହସୀ’ ଅନ୍ତର୍ଗତ ଦଶ ଲକ୍ଷରୁ ଅଧିକ ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦେବା, ଏବିଭିପିର ବଢ଼ୁଥିବା ସ୍ୱୀକୃତି ଏବଂ ବିସ୍ତାରର ପ୍ରମାଣ। ଏହି ବୈଠକରେ ଆମେ ପଶ୍ଚିମବଙ୍ଗରେ ହିଂସା, ଭୟ ଏବଂ ତୁଷ୍ଟିକରଣର ରାଜନୀତିକୁ ସମାପ୍ତ କରି ଗଣତାନ୍ତ୍ରିକ ମୂଲ୍ୟବୋଧର ସ୍ଥାପନ ପାଇଁ ଜନମାନସଙ୍କ ଅଭିନନ୍ଦନର ପ୍ରସ୍ତାବକୁ ସର୍ବସମ୍ମତିରେ ପାରିତ କରିଛୁ। ଏହି ବୈଠକ ଆମକୁ ସେହି ଆଧ୍ୟାତ୍ମିକ ଉର୍ଜା ଏବଂ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ପ୍ରେରିତ କରିବ, ଯାହା ଆମକୁ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ରାଷ୍ଟ୍ର ନିର୍ମାଣର ସଙ୍କଳ୍ପକୁ ଅଧିକ ଗତି ସହିତ ପୂରଣ କରିବାକୁ ପ୍ରେରିତ କରିବ।

........

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande