ଫଳ ପାଚିଲା କରିବାକୁ ରାସାୟନିକ ପ୍ରୟୋଗ : ଆମ୍ବରେ କାର୍ବାଇଡ଼, କଦଳୀରେ ଇଥେଫୋନ୍
ଜୟପୁର , 27 ମେ (ହି.ସ.) - କୋରପୁଟ ଜିଲା ରେ ଖାଦ୍ୟ ପାଚିଲା କରିବାକୁ ରାସାୟନିକ ପଦାର୍ଥ ବିୟୋଗ କରାଯାଉଛି । ତେଣୁ ଜିଲା ପ୍ରଶାସନ ଗୁରୁତହ ଦେଇ ଚଢାଉ କରିବାକୁ ଦାବି ହୋଇଛି । ଉପଯୁକ୍ତ ସମୟ ପୂର୍ବରୁ ପାଚିଯାଉଛି ଆମ୍ବ ଓ କଦଳୀ । ଭିତରେ କଞ୍ଚା ଥିଲେ ହେଁ ବାହାରକୁ ନାଲି ଓ ହଳଦିଆ ଦେଖାଯାଉଛି ।
ଖାଦ୍ୟ ପାଚିଲା କରିବାକୁ ରାସାୟନିକ ପ୍ରୟୋଗ ଆମ୍ବରେ କାର୍ବାଇଡ଼, କଦଳୀରେ ଇଥେଫୋନ୍


ଜୟପୁର

, 27 ମେ (ହି.ସ.) -

କୋରପୁଟ ଜିଲା ରେ ଖାଦ୍ୟ ପାଚିଲା କରିବାକୁ ରାସାୟନିକ ପଦାର୍ଥ ବିୟୋଗ କରାଯାଉଛି । ତେଣୁ ଜିଲା ପ୍ରଶାସନ ଗୁରୁତହ ଦେଇ ଚଢାଉ କରିବାକୁ ଦାବି ହୋଇଛି । ଉପଯୁକ୍ତ ସମୟ ପୂର୍ବରୁ ପାଚିଯାଉଛି ଆମ୍ବ ଓ କଦଳୀ । ଭିତରେ କଞ୍ଚା ଥିଲେ ହେଁ ବାହାରକୁ ନାଲି ଓ ହଳଦିଆ ଦେଖାଯାଉଛି । ଗ୍ରାହକ ପାଚିଲା ଫଳ ଭାବି କିଣି ନେବାବେଳକୁ ବାସ୍ତବରେ ଯେ ସେମାନେ ରାସାୟନିକ ପ୍ରୟୋଗ କରାଯାଇଥିବା ଫଳ ବା ବିଷ କିଣି ନେଉଛନ୍ତି ତାହା ଜାଣିପାରୁ ନାହାନ୍ତି । ନିକଟରେ ସାବିତ୍ରୀ ଅମାବାସ୍ୟା ପାଇଁ କୋରାପୁଟ ଜିଲା ର ସେମିଳିଗୁଡା, କୋରାପୁଟ, ଜୟପୁର, ସୁନାବେଢା, ବୋରିଗୁମ୍ମା, କୋଟପାଡ ବଜାର ଚଲଚଞ୍ଚଳ ଥିଲା । ଖରାଦିନେ ଆମ୍ବକୁ ଅଧିକ କିଣି ନିଅନ୍ତି ଗ୍ରାହକ । କଦଳୀ ବର୍ଷ ଯାକର ଖାଦ୍ୟ । ଅଥଚ ଗ୍ରାହକ ଙ୍କୁ ଠକି ସେମାନଙ୍କୁ ନିଜର ଲାଭ ପାଇଁ ପାଚିଲା ଫଳ ନାଁରେ ବିଷ ବିକୁଛନ୍ତି ନିଦ୍ଧିଷ୍ଟ ବେପାରୀ । ଗତ ସାବିତ୍ରୀ ସମୟରେ ଅନେକ ବ୍ୟବସାୟୀ ଫଳ ପାଚିନଥିବାରୁ ବ୍ୟବସାୟୀ କୃତ୍ରିମ ଉପାୟରେ ପାଚିଲା କରି ବିକ୍ରି କରାଯାଇଥିଲା । ରାସାୟନିକ ଦ୍ରବ୍ୟ ଓ ରଙ୍ଗ ପ୍ରୟୋଗ କରି ଜବରଦସ୍ତ ପଚାଇ ମନୋଲୋଭା ରଙ୍ଗ କରି ଫଳକୁ ବଜାରରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଥିଲା । ଏବେ ବ୍ୟବସାୟୀ ବିକ୍ରି କରିବା ପାଇଁ କିଛି ଘଣ୍ଟା ମଧ୍ୟରେ ଆମ୍ବକୁ ପଚାଇ ଦେଉଛନ୍ତି । ମାତ୍ର ୩ ରୁ ୫ଘଣ୍ଟା ମଧ୍ୟରେ କଦଳୀ ପାଚୁଛି । ଏସବୁକୁ ଖାଇ ମାରାତ୍ମକ ରୋଗର ଶିକାର ହେଉଛନ୍ତି ଗ୍ରାହକ । ଫଳମାନଙ୍କ ମଧ୍ୟରେ ଆମ୍ବକୁ ରାଜା ବୋଲି କୁହାଯାଏ । ଗ୍ରୀଷ୍ମ ଋତୁରେ ଏହାର ଚାହିଦା ସର୍ବାଧିକ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମାନେ ରାଜ୍ୟ ତଥା ଦେଶରେ ବିଭିନ୍ନ ସ୍ଥାନରୁ ଆମ୍ବ ଆଣି

ବିକିଥାନ୍ତି । କୋରାପୁଟ ଜିଲାର ବିଭିନ୍ନ ମୁଖ୍ୟ ବଜାର ରେ ଆମ୍ରପଲ୍ଲୀ,ବାଇଗଣ ପଲେଇ ଭଳି ଆମ୍ବ ଗୁଡିକ ଚାହିଦା ଓ ବିକ୍ରିବଟା ଅଧିକ । ଖରା ଦିନେ ଦର ଯେତେ ଅଧିକ ହେଲେ ବି ଗ୍ରାହକ ଆମ୍ବ କିଣନ୍ତି । ତେବେ ଲୋକଙ୍କୁ ଗୁଣାତ୍ମକ ଆମ୍ବ ବିକ୍ରି ବଦଳରେ ଶୀଘ୍ର ଏହା ପଚାଇବାକୁ

ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଉଛି । ପରୋକ୍ଷରେ ଲୋକ ଟଙ୍କା ଦେଇ ବିଷ କିଣୁଛନ୍ତି ଓ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଫଳକୁ ସତେଜ ରଖିବା ଓ ଗ୍ରାହକ ଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ଙ୍କ କୌଶଳ ଗ୍ରାହକଙ୍କ ପାଇଁ କ୍ଷତିକାରକ ହେଉଛି । ଅନେକ ପାଚିଲା ଆମ୍ବରେ ବିଷାକ୍ତ କାର୍ବାଇଡି

ଓ କଦଳୀରେ ଇଥେଫୋନ ବ୍ୟବହାର କରାଯାଉଛି । ଜଲଦି ତୋଳି ବିକିବା ଆଳରେ ଗଛରେ ଆମ୍ବ ପାଚିଲା ପର୍ଯ୍ୟନ୍ତ ଅପେକ୍ଷା ନକରି ତାହାକୁ କଞ୍ଚା ଅବସ୍ଥାରେ ତୋଳି କ୍ୟାଲସିୟମ କାର୍ବାଇଡି ପ୍ରୟୋଗ କରାଯାଉଛି । ଉପରୁ ପାଚିଲା ଦେଖାଯାଉଥିବା ଏହି ଆମ୍ବ ପାଟିକୁ ସୁଆଦ ଲାଗୁଛି, ମାତ୍ର ଶରୀର ପାଇଁ କ୍ଷତିକାରକ ସାଜୁଛି । କ୍ୟାଲସିୟମ କାର୍ବାଇଡି ବାହାରୁଥିବା ଏସିଟିଲିନ ଗ୍ୟାସ ଫଳରେ ରହି କ୍ୟାନସାର ଭଳି ରୋଗକୁ ଏହା ଆମନ୍ତ୍ରଣ କରୁଛି । ପାଟିରେ ଘା,ପେଟ ରୋଗ, ଥାଇରଏଡ଼ ଓ ଆଲର୍ଜି ଭଳି ରୋଗ ହୁଏ । କଦଳୀ, ସପୁରୀ, ପଣସ ବଜାରରେ ମିଳୁଥିବା ପ୍ରାୟ ଅଧିକାଂଶ ଫଳରେ ଏଭଳି କେମିକାଲ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ଏହାକୁ ଖାଦ୍ୟ ସୁରକ୍ଷା ବିଭାଗ ଯାଞ୍ଚ କରିବାକୁ ସାଧାରଣ ଦାବୀ ହେଉଛି । ଖାଦ୍ୟ ସୁରକ୍ଷା ଆଇନି ୨୦୦୬ଅନୁଯାୟୀ ଏହି କେମିକାଲ ବ୍ୟବହାର ଉପର କଟକଣା ଥିଲେ ହେଁ ଏହାକୁ ଅଣଦେଖା କରୁଛନ୍ତି ଅନେକ ବେପାରୀ । ଏହାର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଫଳ ବେପାରୀ, ଚାଷୀଙ୍କ ଠାରୁ ଆରମ୍ଭ କରି ଗ୍ରାହକ ଙ୍କୁ ସଚେତନ କରାଇବା ମଧ୍ୟ ଜରୁରୀ । ତେଣୁ କୋରାପୁଟ ଜିଲା ପ୍ରଶାସନ ଗୁରୁକ୍ୱ ଦେଇ ବେପାରି ଙ୍କ ଉପରେ ଚଢାଉ କରି କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲା ବାସୀ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande