ଆଜାଦନଗର ବିସ୍ଫୋରଣ ଘଟଣା; ତଦନ୍ତ ପାଇଁ ଏୟାରଫିଲ୍ଡ ଥାନାରେ ପହଂଚିଲଶ ଏନଆଇଏ ଟିମ୍
ଭୁବନେଶ୍ୱର, ୨୭ ମଇ (ହି.ସ)- ଭୁବନେଶ୍ୱର ଆଜାଦ ନଗରରେ ବୋମା ବିସ୍ଫୋରଣ ମାମଲାରେ ତଦନ୍ତ ପାଇଁ ଏନଆଇଏ ଟିମ୍ ବୁଧବାର ଏୟାରଫିଲ୍ଡ ଥାନାରେ ପହଂଚିଛି। ଏନଆଇଏ ଟିମ୍ ସେଠାରେ ଜବତ ହେଇଥିବା ସ୍କୁଟିକୁ ଯାଂଚ କରିଛି। ସ୍କୁଟିରେ ବୋମା ତିଆରି ପାଇଁ କିଛି ସାମଗ୍ରୀ ଆସିଥିଲା। ସ୍କୁଟିରେ ଥିବା ନମୁନାକୁ ଅନୁସ
NIA CONDUCTS RAIDS PFI CENTERS


ଭୁବନେଶ୍ୱର, ୨୭ ମଇ (ହି.ସ)- ଭୁବନେଶ୍ୱର ଆଜାଦ ନଗରରେ ବୋମା ବିସ୍ଫୋରଣ ମାମଲାରେ ତଦନ୍ତ ପାଇଁ ଏନଆଇଏ ଟିମ୍ ବୁଧବାର ଏୟାରଫିଲ୍ଡ ଥାନାରେ ପହଂଚିଛି। ଏନଆଇଏ ଟିମ୍ ସେଠାରେ ଜବତ ହେଇଥିବା ସ୍କୁଟିକୁ ଯାଂଚ କରିଛି। ସ୍କୁଟିରେ ବୋମା ତିଆରି ପାଇଁ କିଛି ସାମଗ୍ରୀ ଆସିଥିଲା। ସ୍କୁଟିରେ ଥିବା ନମୁନାକୁ ଅନୁସନ୍ଧାନ କରୁଛି ଟିମ୍। ଏନଆଇଏ ଟିମ୍ ସହ ସାଇଂଟିଫିକ୍ ଟିମ୍ ମଧ୍ୟ ତନାଘନା କରୁଛି।

ସୂଚନା ଅନୁଯାୟୀ ଏୟାରଫିଲ୍ଡ ଥାନା ଆଜାଦ ନଗରରେ ଥିବା ଏକ ଘରେ ଜାନୁଆରୀ ୨୭ରେ ବୋମା ବିସ୍ଫୋରଣ ହେଇଥିଲା। ବିସ୍ଫୋରଣରେ କୁଖ୍ୟାତ ଅପରାଧୀ ମଫି ଓ ତାର ମା’ର ମୃତ୍ୟୁ ଘଟିଥିଲା। ବିସ୍ଫୋରଣରେ ମାରାତ୍ମକ ଆରଡିଏକ୍ସ ବ୍ୟବହାର ସନ୍ଧାନ ମିଳିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande