


ସମ୍ବଲପୁର,୨୭, ମେ (ହି.ସ.) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜାମଯୋରି ବୃଷବକଟା ନିର୍ମାଣ ଦୀନ ଶ୍ରୀମଦ୍ ନିକଟରେ ଏକ ହୋଣ୍ଡା ସାଇନ୍ ବାଇକରେ ଦୁଇ ଜଣ ଦୁର୍ବୃତ ଗଞ୍ଜେଇ ନେଇ ଯାଉଥିବା ସୂଚନା ଆଧାରରେ ପୋଲିସ ଚଢ଼ାଉ କରିଥିଲା । ପୋଲିସ ଏହି ଘଟଣାରେ ବାଇକ୍ କୁ ଅଟକାଇବା ପରେ ଜାମଯୋରୀ ଗ୍ରାମର ନେପାଳୀ ମାଟିଆରି ଓ ପ୍ରଫୁଲ୍ଲ ମାଟିଆରିକୁ ଅଟକାଇ ପଚରାଉଚରା କରିଥିଲା । ଏହି ସମୟରେ ପୃଥକ ପ୍ୟାକେଟ୍ ରେ ଥିବା ୭ କେଜି ୩୬୦ ଗ୍ରାମର ଗଞ୍ଜେଇ ଜବତ୍ କରିଥିଲା । ନାକଟିଦେଉଳ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ