ଦୋରାଗୁଡ଼ା ହାଟରୁ ବାଇକ୍ ଚୋରୀ ଅଭିଯୋଗ
ଜୟପୁର, ୨୭ ମଇ(ହି.ସ.) – କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଦୋରାଗୁଡ଼ା ସାପ୍ତାହିକ ହାଟରୁ ବାଇକ୍ ଚୋରୀ ଅଭିଯୋଗ ନେଇ ଥାନା ଦ୍ୱାରସ୍ଥ ହୋଇଛନ୍ତି ଗାଡ଼ି ମାଲିକ ଉଗୁ ସାଗରିଆ। ଏତଲା ଅନୁଯାଇ, କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ବଡ଼କେରଙ୍ଗା ପଂଚାୟତର ଗଂଜେଇ ପଦର ଗାଁର ଉଗୁ ସଗରିଆ(
- ଦୋରାଗୁଡା ହାଟରୁ ବାଇକ ଚୋରୀ ଅଭିଯୋଗ


ଜୟପୁର, ୨୭ ମଇ(ହି.ସ.) – କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଦୋରାଗୁଡ଼ା ସାପ୍ତାହିକ ହାଟରୁ ବାଇକ୍ ଚୋରୀ ଅଭିଯୋଗ ନେଇ ଥାନା ଦ୍ୱାରସ୍ଥ ହୋଇଛନ୍ତି ଗାଡ଼ି ମାଲିକ ଉଗୁ ସାଗରିଆ। ଏତଲା ଅନୁଯାଇ, କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ବଡ଼କେରଙ୍ଗା ପଂଚାୟତର ଗଂଜେଇ ପଦର ଗାଁର ଉଗୁ ସଗରିଆ(୩୮) ନିଜ ସବୁଜ ରଙ୍ଗର ଏଚ୍ଡି ଡିଲକ୍ସ ବାଇକ୍(ଙଊ ୧୦ ଖ ୪୩୦୨) ଯୋଗେ ଗତ ତା ୨୫-୦୫-୨୬ରିଖ ଦିନ ଗୋଟାଏ ସମୟରେ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡ଼ା ପଂଚାୟତର ଦୋରାଗୁଡ଼ା ସାପ୍ତାହିକ ହାଟକୁ ଆସଥିଲେ। ହାଟ ନିକଟରେ ବାଇକ୍ ରଖି ହାଟ କାମ ସାରି ଘରକୁ ଫେରିବା ପାଇଁ ବାହାରିଲେ। ହେଲେ ବାଇକ୍ ଯେଉଁ ସ୍ଥାନରେ ରଖିଥିଲେ ସେଠାରୁ ବାଇକ ନଥିଲା। ଦୀର୍ଘ ସମୟ ଧରି ଆଖ ପାଖ ଅଂଚଳ ଖୋଜାଖୋଜି କରିଥିଲେ ଏବଂ ଲୋକଙ୍କୁ ପଚାରି ବୁଝିଥିଲେ କିନ୍ତୁ କୌଣସି ସନ୍ଧାନ ମିଳିନାହିଁ। ଏଣୁ ବାଧ୍ୟହୋଇ ବାଇକ ଚୋରୀ ଅଭିଯୋଗ ନେଇ ବୈପାରୀଗୁଡ଼ା ଥାନା ଦ୍ୱାରସ୍ଥ ହୋଇଛନ୍ତି ବାଇକ ମାଲିକ ଉଗୁ ସାଗରିଆ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande