
ଭୁବନେଶ୍ୱର, ୨୭ ମଇ (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ ରେ ‘ସାର୍ଥକ - ପିଡିଏସ୍’ ଫେଜ୍-୨କୁ ଅନୁମୋଦନ ମିଳିଛି । ଏହାକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ ଦ୍ୱାରା ‘ସାର୍ଥକ - ପିଡିଏସ୍’ ଫେଜ୍-୨ ର ଅନୁମୋଦନ ଏକ ଐତିହାସିକ ତଥା ଯୁଗାନ୍ତକାରୀ ପଦକ୍ଷେପ। ଏହି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ଦେଶର କୋଟି କୋଟି ନାଗରିକଙ୍କ ସାମାଜିକ-ଆର୍ôଥକ ନିରାପତାକୁ ସୁଦୃଢ଼ କରିବା ସହ 'ଗରିବ କଲ୍ୟାଣ' ଏବଂ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଏକ ନୂଆ ଶକ୍ତି ପ୍ରଦାନ କରିବ।
ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ , ବ୍ଲକଚେନ୍ ଏବଂ ମେସିନ୍ ଲର୍ଣ୍ଣିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ସମନ୍ୱୟରେ ଏହି ନୂତନ ବ୍ୟବସ୍ଥା ସାର୍ବଜନୀନ ବିତରଣ ପ୍ରଣାଳୀକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ଜନ-କୈନ୍ଦ୍ରିକ କରି ଗଢ଼ିତୋଳିବ। ବିଶେଷକରି ସ୍ମାର୍ଟ-ପିଡିଏସ୍ ର ସଂଯୋଗୀକରଣ ଏବଂ ଇ-ପିଓଏସ୍ ସ୍ୱୟଂଚାଳିତ ପ୍ରକ୍ରିୟା ମାଧ୍ୟମରେ ‘ଅନ୍ତ୍ୟୋଦୟ’ର ପରିକଳ୍ପନା ବାସ୍ତବ ରୂପ ନେବ ଏବଂ ତୃଣମୂଳ ସ୍ତରର ଶେଷ ହିତାଧିକାରୀଙ୍କ ପାଖରେ ସମ୍ମାନର ସହ ସାମଗ୍ରୀ ପହଂଚିବା ନିଶ୍ଚିତ ହେବ।
ସାମଗ୍ରିକ ବିକାଶ ଏବଂ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଏହି ଜନକଲ୍ୟାଣକାରୀ ନିର୍ଣ୍ଣୟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା