ବିଦ୍ୟାର୍ଥୀ ପରିଷଦର କେନ୍ଦ୍ରୀୟ କାର୍ଯ୍ୟସମିତି ବୈଠକର ଶୁଭାରମ୍ଭ
ଭୁବନେଶ୍ୱର, 27 ମଇ (ହି.ସ.) ଭୁବନେଶ୍ୱର ଠାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିସରରେ ଆୟୋଜିତ ହେଉଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କେନ୍ଦ୍ରୀୟ କାର୍ଯ୍ୟସମିତି ବୈଠକର ଶୁଭାରମ୍ଭ ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରୋ. ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼.
ବିଦ୍ୟାର୍ଥୀ ପରିଷଦର କେନ୍ଦ୍ରୀୟ କାର୍ଯ୍ୟସମିତି ବୈଠକର ଶୁଭାରମ୍ଭ


ଭୁବନେଶ୍ୱର, 27 ମଇ (ହି.ସ.) ଭୁବନେଶ୍ୱର ଠାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିସରରେ ଆୟୋଜିତ ହେଉଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କେନ୍ଦ୍ରୀୟ କାର୍ଯ୍ୟସମିତି ବୈଠକର ଶୁଭାରମ୍ଭ ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରୋ. ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼. ବୀରେନ୍ଦ୍ର ସିଂହ ସୋଲଙ୍କୀ ଏବଂ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଆଶୀଷ ଚୌହାନ ଦୀପ ପ୍ରଜ୍ଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ 106 ଜଣ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande