
କେନ୍ଦ୍ରାପଡ଼ା, ୨୭ ମଇ(ହି.ସ.) – କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟସ୍ଥ ପ୍ରତିଷ୍ଠିତ ଆବାସିକ ଅନୁଷ୍ଠାନ ଓଇଚ କମର୍ସ ଏକାଡେମୀ ଚଳିତ ବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ହାସଲ କରିଥିବା ଅଭୂତପୂର୍ବ ସଫଳତା ଅବସରରେ ଜିଲ୍ଲା ସଂସ୍କୃତି ଭବନଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିଲା। ଏହି ଅବସରରେ ୩୬ ଜଣ ଇ-୧ ଗ୍ରେଡ୍ ପ୍ରାପ୍ତ ଏବଂ ୬୬ ଜଣ ୫୦୦ରୁ ଅଧିକ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।
ଚଳିତ ବର୍ଷ କେନ୍ଦ୍ରାପଡ଼ା କଲେଜର ବାଣିଜ୍ୟ ବିଭାଗରେ ମୋଟ ୪୫ ଜଣ ଇ-୧ ମଧ୍ୟରୁ ଓଇଚ କମର୍ସ ଏକାଡେମୀର ୩୬ ଜଣ ଛାତ୍ରଛାତ୍ରୀ ଇ-୧ ହାସଲ କରି ଜିଲ୍ଲା ତଥା ରାଜ୍ୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏକାଡେମୀର ଛାତ୍ରୀ ସୁପ୍ରିୟା ପ୍ରଧାନ ୫୮୪ ନମ୍ବର ରଖି ଜିଲ୍ଲା ରେ ପ୍ରଥମ ଏବଂ ରାଜ୍ୟ ରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଲକ୍ଷ୍ମୀପ୍ରିୟା ଦାସ ୫୮୦ ନମ୍ବର ସହ ଜିଲ୍ଲାରେ ଦ୍ୱିତୀୟ ଏବଂ ପ୍ରଶାନ୍ତ ମଣ୍ଡଳ ୫୭୯ ନମ୍ବର ରଖି ଜିଲ୍ଲା ରେ ତୃତୀୟ ସ୍ଥାନ ହାସଲ କରିଥିଲେ।
ଅନୁଷ୍ଠାନର ଶୃଙ୍ଖଳିତ ପାଠପଢ଼ା, ନିୟମିତ ପରୀକ୍ଷା, ଯୋଗ-ପ୍ରାଣାୟାମ, ସୁନ୍ଦର ଆବାସିକ ପରିବେଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପ୍ରତି ବିଶେଷ ଗୁରୁତ୍ୱ ଏହି ସଫଳତାର ମୂଳ କାରଣ ବୋଲି କୁହାଯାଉଛି। ବିଶେଷକରି ଅନୁଷ୍ଠାନର ପ୍ରମୁଖ ଶ୍ରୀକାନ୍ତ ରାଉତଙ୍କ ନେତୃତ୍ୱ ସହ ଶ୍ରୀକାନ୍ତ ପୋଥାଳ (ଟୁନା ସାର୍), ରବିନାରାୟଣ ମହାନ୍ତି(ମୁନ୍ନା ସାର୍) ଓ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକାଙ୍କ ନିଷ୍ଠାପର ପ୍ରୟାସ ଏହି ଉଲ୍ଲେଖନୀୟ ସଫଳତାକୁ ସମ୍ଭବ କରିପାରିଛି।
କେବଳ ଶିକ୍ଷାଗତ ସଫଳତା ନୁହେଁ, ବରଂ ଉତମ ସଂସ୍କାର, ନୈତିକ ମୂଲ୍ୟବୋଧ ଓ ଜୀବନରେ ସଫଳତା ହାସଲ ପାଇଁ ଆବଶ୍ୟକ ଦିଗଦର୍ଶନ ଯୋଗାଇ ଆସୁଥିବା ଓଇଚ କମର୍ସ ଏକାଡେମୀ ବର୍ତମାନ ରାଜ୍ୟର ବାଣିଜ୍ୟ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ ହୋଇପାରିଛି। ଉତ୍ସବରେ ଉପସ୍ଥିତ ଅତିଥି, ଅଭିଭାବକ ଓ ଶିକ୍ଷାବିତ୍ମାନେ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହି ଉତ୍ସବରେ ସଂଜୀବ ସାର, ଶିବା ସାର, ସରୋଜ ସାର, ରିଙ୍କୁ ସାର, ସତ୍ୟକାନ୍ତ ସାର, ସୁନୀଲ ସାର, ଦେବାଶିଷ ସାର, ସତ୍ୟଜିତ ସାର, ରଂଜିତ ସାର, ଓ ଚିତରଞ୍ଜନ ସାର ସହଯୋଗ କରିଥିଲେ। ଏହି ଉତ୍ସବକୁ ସଞ୍ଜୟ ସାର ପରିଚାଳନା କିରିଥିଲେ। ଶେଷରେ ଅତିଥି ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଇ ସଭା ସଙ୍ଗ କରାଗଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି