




ସମ୍ବଲପୁର, ୨୭, ମେ (ହି.ସ.) - ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ହେଲେଇ କ୍ରସରରେ କୁଆରୀରେ ହଠାତ୍ ବିଦ୍ୟୁତ୍ ପ୍ରବାହ ହେବାରୁ ଆଜି ସକାଳେ ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ ଅନୁଗୋଳ ଜିଲ୍ଲା କିଶନ ନଗର ଥାନା ଅନ୍ତର୍ଗତ ଟେଣ୍ଟାଲପାଲି ଗ୍ରାମର ସୈମ୍ଯ ରଞ୍ଜନ ନାୟକ ନାମକ ଜନୈକ ଶ୍ରମିକ ଏହି କ୍ରମରେ କାମ କରୁଥିଲା। ଆଜି ସକାଳେ ଶୈଚ ହେବାକୁ ଉକ୍ତ କୁଆରୀକୁ ଯାଇଥିବା ବେଳେ ଶକ୍ତ ବିଦ୍ୟୁତ୍ ଆଘାତ ପାଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଏହି ବେଆଇନ କ୍ରସର ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଅଞ୍ଚଳର ଲୋକମାନେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ କରିଥିଲେ । ଖବର ପାଇ ଚାରମାଳ ଥାନା ପୋଲିସ ଓ ରେଢ଼ାଖୋଲ ବିଡ଼ିଓ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ଆମ୍ବୁଲାନ୍ସରେ ମୃତକଙ୍କୁ ଡାକ୍ତରଖାନାକୁ ନେବା ସମ୍ଭବପର ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ