ଧାମନଗର : ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ, ନଗଦ ୪୩୦୦ ଟଙ୍କା ଓ ସ୍କୁଟି ଜବତ୍
ଭଦ୍ରକ, ୨୭ ମଇ (ହି.ସ.)- ଏହି ଜିଲାର ଧାମନଗର ଅଂଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଛି। ଏହା ଉପରେ ଲଗାମ ଲଗାଇବାକୁ ଧାମନଗର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ମଙ୍ଗଳବାର ଅପରାହ୍ନରେ ଧାମନଗର ପୋଲିସ ସୁରାକ୍ ପାଇ କଲ୍ୟାଣୀ ପଂଚାୟତର କଲ୍ୟାଣୀ ନଗରଠାରେ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବିକ୍ରେ
DHAMNAGAR BRAUN SUGAR SEIZED


ଭଦ୍ରକ, ୨୭ ମଇ (ହି.ସ.)- ଏହି ଜିଲାର ଧାମନଗର ଅଂଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଛି। ଏହା ଉପରେ ଲଗାମ ଲଗାଇବାକୁ ଧାମନଗର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ମଙ୍ଗଳବାର ଅପରାହ୍ନରେ ଧାମନଗର ପୋଲିସ ସୁରାକ୍ ପାଇ କଲ୍ୟାଣୀ ପଂଚାୟତର କଲ୍ୟାଣୀ ନଗରଠାରେ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବିକ୍ରେତା ଙ୍କୁ ଧରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଧୁଷୁରୀ ଥାନା ଖପରପଦା ଗ୍ରାମର ମଣିଭଦ୍ର ସାହୁ (୫୫ ବର୍ଷ)। ମଣିଭଦ୍ର ଏକ ସ୍କୁଟି (ନଂ ଓଡ଼ି.୨୨.ଜି.୧୨୭୩) ଯୋଗେ ଯାଉଥିବା ସମୟରେ ପୋଲିସ ତାଙ୍କୁ ଅଟକାଇ ଧରିବାରୁ ବ୍ରାଉନ ସୁଗାର ମିଳିଥିଲା।ପୋଲିସ ମଣିଭଦ୍ର ଙ୍କ ନିକଟରୁ ୨୨ ଗ୍ରାମ ୯୪୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ସହିତ ନଗଦ ୪,୩୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ ଏବଂ ସ୍କୁଟିକୁ ପୋଲିସ ଜବତ କରିଛି।ବୁଧବାର ଏ ନେଇ ଧାମନଗର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଥାନା ସବ୍-ଇନ୍ସପେକ୍ଟର ନାରାୟଣ ନାୟକଙ୍କ ଅଭିଯୋଗ କ୍ରମେ ଥାନା କେସ୍ ନଂ ୨୩୨/୨୬ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାର ତଦନ୍ତ ଭାର ଏଏସଆଇ ମହେଶ୍ୱର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ,ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି , ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ୍ ଦାସ ପ୍ରମୁଖ ଉପସ୍ଥିତ ରହି ଅଂଚଳରେ ନିଶା କାରବାର ବିରୋଧରେ ଅଭିଯାନ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande