


କନ୍ଧମାଳ, ୨୭ ମଇ(ହି.ସ.) – କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଦାରିଙ୍ଗବାଡ଼ି, ଯାହାକୁ “ଓଡ଼ିଶାର କାଶ୍ମୀର” ଭାବେ ଜଣାଯାଏ, ଆଧିକାରୀକ ପର୍ଯ୍ୟଟନ ୱେବସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, ଷଗ୍ଧଗ୍ଧକ୍ଟ୍ରଗ୍ଦ://ରଙ୍ଘକ୍ଟ୍ରକ୍ଷକ୍ଟକ୍ସରୟବକ୍ସସଦ୍ଭଶଭବୟସ.ମକ୍ଟଜ୍ଞ/ ନାମକ ଏହି ୱେବସାଇଟ୍ରେ ଦାରିଙ୍ଗବାଡ଼ି ସମ୍ପର୍କିତ ସମସ୍ତ ପର୍ଯ୍ୟଟନ ସୂଚନା ଉପଲବ୍ଧ କରାଯାଇଛି। ଏହି ପୋର୍ଟାଲ୍ ମାଧ୍ୟମରେ ପାଇନ୍ ଫରେଷ୍ଟ, ଜଳପ୍ରପାତ, କଫି ଗାର୍ଡେନ୍, ଭ୍ୟୁ ପଏଂଟ ଓ ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବ। ଏହାସହିତ ହୋଟେଲ୍, ରିସର୍ଟ୍, ହୋମ୍ଷ୍ଟେ ଓ ଯାତାୟାତ ସୁବିଧା ବିଷୟରେ ମଧ୍ୟ ପର୍ଯ୍ୟଟକମାନେ ତଥ୍ୟ ପାଇପାରିବେ। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଡାରିଙ୍ଗବାଡ଼ି ପର୍ଯ୍ୟଟନକୁ ଡିଜିଟାଲ୍ ମାଧ୍ୟମରେ ଆହୁରି ସହଜ ଓ ସୁଗମ କରିବା ସହିତ ଇକୋ-ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ଦେବ ବୋଲି ଆଶା ବ୍ୟକ୍ତ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ