
କେନ୍ଦ୍ରାପଡ଼ା, ୨୭ ମଇ(ହି.ସ.) – ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟ ନଗର ଗ୍ରାମର ଛାତ୍ରୀ ରଶ୍ମେିରଖା ।ସ ଚଳିତ ବର୍ଷ +୨ କଳୋର ୬୦୦ନମ୍ବରରୁ ୫୫୯ ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି । ଏହି ଖୁସି ଖବର ପାଇ ମହାକାଳପଡା ବିକାଶ ମଂଚ ପକ୍ଷରୁ ରଶ୍ମେିରଖା ଦାସଙ୍କୁ ଉରୀୟ ଓ ପୁଷ୍ପଗୁଚ୍ଛ ଦେଇ ମଂଚର ସଭାପତି କାଶୀନାଥ ରାଉତରାୟ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟେର ମର ଯୁଗ୍ମ ସଂପାକ ରେମଶ ଚନ୍ଦ୍ର ସ୍ୱାଇଁ ସସ୍ୟା ଇଂସତ୍ୟ ସାରଥି ରାଉତରାୟ, ସୁପ୍ରିୟା ରାଉତରାୟ, ଶଙ୍କର୍ଷଣ ସ୍ୱାଇଁ, ଶିକ୍ଷକ ନେତା ରେମଶ ଚନ୍ଦ୍ର ସାହାଣୀ, ଗିରିଧାରୀ ଦାସ, ତାପସ କୁମାର ପଟନାୟକ, ଗଗନ ଦାସ, ଅଭୟ କୁମାର ବାରିକ ଏହି ଅବସରେର ତାଙ୍କ ପିତା ଦିଲ୍ଲିପ ଦାସ, ମାଆ ଦିପ୍ତୀମୟୀ ଦାସ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଛାତ୍ରୀର ଭବିଷ୍ୟତ ଉଜ୍ଜଳ ନିମେନ୍ତ ପ୍ରଭୁ ଜଗନାଥଙ୍କ ନିକଟେର ପ୍ରାର୍ଥନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି