ଗରଦପୁର ଗ୍ରାମ ବିକାଶ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ସହ ଆଲୋଚନା
ଭଦ୍ରକ, ୨୭ ମଇ (ହି.ସ.) - ଗରଦପୁର ଗ୍ରାମ ବିକାଶ ସମିତିର ସଭାପତି ଲକ୍ଷ୍ମଣ କୁମାର ମହାନ୍ତିଙ୍କ ନେତୃତ୍ୱରେ ଗରଦପୁର ଗ୍ରାମ ର କେତକ ସମସ୍ୟା ସଂପର୍କରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କୁ ଭେଟି ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଶ୍ରୀ ରାଉତରାଏ ଡକ୍ଟରେଟ ଉପାଧି ଲାଭ କରି ଥିବାରୁ ତାଙ୍କୁ ପୁଷ୍ପ ଗୁଚ୍ଛ
GARADPUR GRAMA BIKASH SAMITI


ଭଦ୍ରକ, ୨୭ ମଇ (ହି.ସ.) - ଗରଦପୁର ଗ୍ରାମ ବିକାଶ ସମିତିର ସଭାପତି ଲକ୍ଷ୍ମଣ କୁମାର ମହାନ୍ତିଙ୍କ ନେତୃତ୍ୱରେ ଗରଦପୁର ଗ୍ରାମ ର କେତକ ସମସ୍ୟା ସଂପର୍କରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କୁ ଭେଟି ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଶ୍ରୀ ରାଉତରାଏ ଡକ୍ଟରେଟ ଉପାଧି ଲାଭ କରି ଥିବାରୁ ତାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଗରଦପୁର ଗ୍ରାମ ମଧ୍ୟ ଭାଗରେ ଅବସ୍ଥିତ ଏକ ଜଳାଶୟ ପୂର୍ନଉଦ୍ଧାର ନିମନ୍ତେ ଯାହା ପୌର ପାଳିକା ପକ୍ଷରୁ ଟେଣ୍ଡର ହୋଇ ଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଉ ନ ଥିବାରୁ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଗରଦପୁର ରେ ଜନ୍ମଗ୍ରହଣ କରି ଥିବା ରତ୍ନକୋଷ’ ପ୍ରଣେତା କବି ଭାଗିରଥି ମହାପାତ୍ରଙ୍କ ର ଶ୍ରାଦ୍ଧୋତ୍ସବ ପ୍ରତି ବର୍ଷ ଜୁଲାଇ ମାସ ୨୦ତାରିଖରେ ପାଳିତ ହେବାକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଏତଦବ୍ୟତୀତ ଗରଦପୁର ଗ୍ରାମ ରେ ଅବସ୍ଥିତ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଖେଳ ପଡିଆ ଯୋଗାଇ ଦେବାକୁ ଆବେଦନ କରାଯାଇଥିଲା। ଜିଲ୍ଲାପାଳ ଡ.ରାଉତରାଏ ସହୃଦୟତାର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଏହି ଆଲୋଚନା ବେଳେ ପ୍ରଦୌତନ ସୁଆର, ପୂର୍ଣ୍ଣଚନ୍ଦ୍ର ବହଳୀ, ବିଜୟ କୁମାର ଅଗସ୍ତି, ରାମଚନ୍ଦ୍ର କର, ସୁଧାଂଶୁ ଶେଖର ମହାନ୍ତି, ନରେନ୍ଦ୍ର ମହାପାତ୍ର, ହରି ହର ମହାନ୍ତି, ରବିନାରାୟଣ ଜେନା ପ୍ରମୁଖ ସହଯୋଗ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande