
ବଲାଙ୍ଗୀର, ୨୭ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସମେତ ମୁରିବାହାଲ ବ୍ଳକ ଅଂଚଳର ଗାଁ ଗାଁକୁ ବେଆଇନ ବିଦେଶୀ ମଦ ଯୋଗାଣ କରି ସମ୍ପୁର୍ଣ୍ଣ ବନ୍ୟା ସୃଷ୍ଟି କରୁଥିବା ବଙ୍ଗୋମୁଣ୍ଡା ଏଫଏଲ୍ ସୋପ ମ୍ୟାନେଜର ତଥା ମଦ ମାଫିଆ ସଞ୍ଜୀବ କୁମାର ଗୁପ୍ତାଙ୍କୁ ମୁରିବାହାଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ପୂର୍ବରୁ ଏହି ଥାନା ଗରେଇରେ ଥିବା ୩ ହୋଟେଲର ମାଲିକ କ୍ଷୀରୋଦ ନାଗଙ୍କ ନିକଟରୁ ବିପୁଳ ବିଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଥିଲା। ଅଭିଯୁକ୍ତ କ୍ଷୀରୋଦ ସମସ୍ତ ଜବତ ବିଦେଶୀ ମଦ ଅନ୍ୟମାନଙ୍କ ପରି ବଙ୍ଗୋମୁଣ୍ଡାର ମଦ ବିକ୍ରେତା ଶ୍ରୀ ଗୁପ୍ତାଙ୍କ ନିକଟରୁ ଆଣିଥିବା ପ୍ରକାଶ କରିଥିଲା। ଏହି ମାମଲାରେ ପୁଲିସ କେଶ ନଂ ୮୫/୨୬ମାମଲା ରୁଜୁ କରି ବେଆଇନ ମଦ ବିକ୍ରେତା ସଞ୍ଜିବ କୁମାର ଗୁପ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ