ଗୁରୁବାର ୧୨ ଘଂଟିଆ ଜୟପୁର ବନ୍ଦ
ଜୟପୁର, ୨୭ ମେ (ହି.ସ.) - ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ପେପର ମିଲ୍ ର ପୁନଃଉଦ୍ଧାର ଏବଂ ଏହାକୁ ସୁଚାରୁ ରୂପେ ଚାଲୁ କରିବା ଦାବିରେ ଜୟପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତାକାଲି ଗୁରୁବାର ୧୨ ଘଂଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ
ଗୁରୁବାର ୧୨ ଘଣ୍ଟିଆ ଜୟପୁର ବନ୍ଦ


ଜୟପୁର, ୨୭ ମେ (ହି.ସ.) - ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ପେପର ମିଲ୍ ର ପୁନଃଉଦ୍ଧାର ଏବଂ ଏହାକୁ ସୁଚାରୁ ରୂପେ ଚାଲୁ କରିବା ଦାବିରେ ଜୟପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତାକାଲି ଗୁରୁବାର ୧୨ ଘଂଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ଏହି ଆନ୍ଦୋଳନକୁ ଜୟପୁରର ବିଭିନ୍ନ ସାମାଜିକ ଓ ବ୍ୟବସାୟିକ ସଂଗଠନ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଅନ୍ୟପଟେ ଜୟପୁର ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ଏହି ୧୨ ଘଂଟିଆ ବନ୍ଦ ଡାକରାକୁ ବ୍ୟାପକ ସମର୍ଥନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଦଳର ଆବାହକ ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏବଂ ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର ଦୁର୍ଗା ମିଶ୍ର ସୂଚନା ଦେଇଛନ୍ତି। ପେପର ମିଲ୍ ଜୟପୁର ତଥା ସମଗ୍ର ଅଂଚଳର ଅର୍ଥନୀତି ଓ ଜୀବିକା ସହ ଜଡ଼ିତ ଥିବାରୁ,ଏହାର ପୁନଃଉଦ୍ଧାର ପାଇଁ ହେଉଥିବା ଆନ୍ଦୋଳନକୁ ସଫଳ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି। ଏହି ବନ୍ଦରେ ବିଜେଡିର ସମସ୍ତ କର୍ମକର୍ତା, ବରିଷ୍ଠ ନେତୃବୃନ୍ଦ, କାଉନସିଲର, ମହିଳା, ଯୁବ ଓ ଛାତ୍ର ସଂଗଠନର ସଦସ୍ୟମାନଙ୍କୁ ସ୍ୱତଃସ୍ଫୂର୍ତ ଭାବେ ସାମିଲ ହୋଇ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବା ସହ ଜୟପୁର ବାସୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଏହି ଗଣତାନ୍ତ୍ରିକ ପ୍ରତିବାଦକୁ ବ୍ୟାପକ କରିବାକୁ କମିଟି ପକ୍ଷରୁ କୁହାଯାଇଛି। ବନ୍ଦ ସମୟରେ ଜରୁରୀ କାଳୀନ ସେବା, ଆମ୍ବୁଲାନ୍ସ ଓ ପରୀକ୍ଷାର୍ଥୀଙ୍କ ଗାଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯିବ ବୋଲି ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande