
ସମ୍ବଲପୁର, ୨୭, ମେ (ହି.ସ.) - ଏତତ୍ ଦ୍ୱାରା ଜଣାଇ ଦିଆଯାଉଛି କି ସମ୍ବଲପୁର ଜିଲ୍ଲାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ମିଳିତ ଭାବେ ଆସନ୍ତା ଜୁନ୍ ମାସରେ ବିଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏହି ଶୁଣାଣି ତା ୧/୦୬/୨୬ ଓ ୦୮/୦୬/୨୬ ପାଇଁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ୧୬/୦୬/୨୬, ୨୨/୦୬/୨୬ , ୨୯/୦୬/୨୬ ପାଇଁ ପୂର୍ବାହ୍ନ ୧୦ଟା ରୁ ଅପରାହ୍ନ ୧ ଟା ଯାଏ ଚାଲିବ। ସୂଚନା ଅନୁଯାୟୀ ଜୁନ୍ ୧ ତାରିଖରେ କୁଚିଣ୍ଡା ପଂଚାୟତ ସମିତି କାର୍ଯ୍ୟାଳୟ, ଜୁନ୍ ୦୮ ତାରିଖରେ ମାନେଶ୍ୱର ପଂଚାୟତ ସମିତି କାର୍ଯ୍ୟାଳୟ, ଜୁନ୍ ୧୬ ତାରିଖରେ ବାମରା ପଂଚାୟତ ସମିତି କାର୍ଯ୍ୟାଳୟ, ଜୁନ୍ ୨୨ ତାରିଖରେ ରେଙ୍ଗାଲି ଓ ଜୁନ୍ ୨୯ ତାରିଖ ରେ ନାକଟିଦେଉଳ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ସମ୍ପୃକ୍ତ ଅଂଚଳର ଜନସାଧାରଣ ନିଜର ଅଭିଯୋଗ ସହିତ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ