ଖଣ୍ଡସାର କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ତୀବ୍ର ବିରୋଧ
Oppose proposed coal industries
ଖଣ୍ଡସାର କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ତୀବ୍ର ବିରୋଧ


ପ୍ରକଳ୍ପ ବନ୍ଦ ଦାବି ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଝାରସୁଗୁଡ଼ା, 27 ମେ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁସୁରାଲୋଇ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡସାର ଅଞ୍ଚଳରେ ପ୍ରସ୍ତାବିତ ଆମୋନିଆ ନାଇଟ୍ରେଟ୍ କୋଲ୍ ଗ୍ୟାସିଫିକେସନ୍ ପ୍ଲାଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ଦିନକୁ ଦିନ ତୀବ୍ର ହେଉଛି। ଲଖନପୁର ବ୍ଲକ ନାଗରିକ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବାକୁ ଦାବି ଜଣାଯାଇଛି।

ପରିଷଦର ସଭାପତି ପୀତାମ୍ବର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଭେଟି ପ୍ରକଳ୍ପ ସ୍ଥାପନ ହେଲେ ସ୍ଥାନୀୟ ପରିବେଶ, ଲୋକସ୍ୱାସ୍ଥ୍ୟ ଓ ଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିବା ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ବିଶେଷକରି ପ୍ରଦୂଷଣ ବୃଦ୍ଧି, କୃଷିଜମି ନଷ୍ଟ ଓ ପାଣି ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ଏହାପରେ ଜିଲ୍ଲାପାଳ ଏହି ବିଷୟରେ ବ୍ୟାପକ ଆଲୋଚନା ଓ ସମସ୍ତ ପକ୍ଷର ମତାମତକୁ ଗୁରୁତ୍ୱ ଦେଇ ଜନଶୁଣାଣୀ କରାଯିବାକୁ ସୁନିଶ୍ଚିତ କରିଥିବା ସୂଚନା ନାଗରିକ ପରିଷଦ ପକ୍ଷରୁ ଦିଆଯାଇଛି। ଏହି ଅବସରରେ ଦୟାନିଧି ମେହେର, ସଞ୍ଜିବ ସାହୁ, ଭାସ୍କର ଗର୍ଡିଆ, ସନ୍ତୋଷ ବିଶ୍ୱାଳ, ତରଣୀସେନ ପଧାନ, ରୋହିତ ସା, ଲଳିତ ଦାନୀ, କ୍ଷେତ୍ରମୋହନ ପଧାନ, ବେଦବ୍ୟାସ ପଧାନ, ମହାଦେବ ରଣା, କୃଷ୍ଣଚନ୍ଦ୍ର ପଧାନ, ସୁରେଶ ସାହୁ, ପବିତ୍ର ପଣ୍ଡା, ପ୍ରେମାନନ୍ଦ ରଣା ଓ ବିଭୂତି ସା ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande