
ବଲାଙ୍ଗୀର, ୨୭ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅଂଚଳରେ ପ୍ରବଳ ଗରମ ଓ ଖରା ସହ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସହାୟ ଜଳ କଷ୍ଟ ଅତିଷ୍ଠ କରୁଛି। ଗ୍ରାମାଂଚଳରେ ଥିବା ନଳକୂପ ଗୁଡିକରେ ପୂର୍ବରୁ ଯେଉଁଠି ଶହେ ଫୁଟରେ ପାଣି ବାହାରୁଥିଲା ଏବେ ଆଉ ନାହିଁ। ପ୍ରବଳ ତାପମାତ୍ରା, ପରିବେଶ ର ପରିବର୍ତନ ଯୋଗୁଁ ପୃଥିବୀର ଅସାମନତାର ଭାରସାମ୍ୟ ଯୋଗୁଁ ତାପମାତ୍ରା ବୃଦ୍ଧି ସହ ଜଳ ଶୁଷ୍କ ହେଉଛି। ସକାଳ ପାଇଲା ମାତ୍ରକେ ଖରା ଓ ଗୁଲଗୁଲି ଆରମ୍ଭ ହେଉଛି ପାରଦ ୪୫ ଡିଗ୍ରୀ ରହୁଛି। ତେବେ ଜଳ ସଙ୍କଟ ସମସ୍ୟାକୁ ଦୂର କରିବାପାଇଁ ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଏକ ନିଆରା ପଦକ୍ଷେପ ନେଇଛନ୍ତି। ମେ’ ୩୧ ତାରିଖ ସୁଦ୍ଧା ଯଦି ମୁରିବାହାଲ ପଂଚାୟତ ଅଂଚଳରେ ପାଣି ସମସ୍ୟା ଯଥା- ପାଇପ ଯୋଗେ ଘରକୁ ଘର ପାଣି ପହଂଚାଇବା, ମୁରିବାହାଲ ଅଂଚଳର ଛକମାନଙ୍କରେ ଜଳ ଛତ୍ର ଖୋଲିବା, ଗଭୀର ନଳକୂପମାନଙ୍କୁ ଶୀଘ୍ର ମରାମତି ଯଦି ନକରାଯାଏ ତାହା ହେଲେ ଅନଶନରେ ବସିବା ପାଇଁ ଚେତାବନୀ ଦେଇଛନ୍ତି। ତେବେ ତାଙ୍କର ନିଆରା ପଦକ୍ଷେପକୁ ବିକାଶ ମଂଚ ମୁରିବାହାଲ ବ୍ଲକ, ଆଦିବାସୀ ସଂଘ ମୁରିବାହାଲ ବ୍ଲକ, ପ୍ରେସ କ୍ଲବ ମୁରିବାହାଲ ସମର୍ଥନ କରିବା ପାଇଁ ନିଷ୍ପତି ନେଇଛି। ତେବେ ଏହି ବିଷୟରେ ବିଡ଼ିଓ ବାସନ୍ତୀ ସେଠୀଙ୍କୁ ଭେଟି ପଚାରିବାରୁ ତୁ ତୁ ମେ ମେ ହେଉଥିବା ଦେଖାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ